ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ବାବୁ

ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ବାବୁ

ଭୁବନେଶ୍ଵର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୁଲିସ୍‌ ବାବୁ। ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସ୍‌ଆଇ ହୃଷିକେଷ ବିଶ୍ଵାଳ । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ  ମାଡ଼ିବସିଥିଲା । ଦୁର୍ଘଟଣା ମାମଲାରେ ଜଣେ ଯୁବକଙ୍କ ମୋଟର ସାଇକେଲ ଅଟକ ଥିଲା। ତେବେ ଅଟକ ମୋଟର ସାଇକେଲକୁ ଛାଡିବା ପାଇଁ ବାବୁ ଯୁବକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେଉଥିବା ସମୟରେ  ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।