ଲିଙ୍ଗେଶ୍ୱର ଉନ୍ନୟନ କମିଟିର ବାର୍ଷିର୍କୋତ୍ସବ 

 ପାଣିକୋଇଲି:  ମୂଳାପାଳ ଲିଙ୍ଗେଶ୍ୱର ଉନ୍ନୟନ କମିଟି ୫୫ତମ ବାର୍ଷିକୋତ୍ସବ ସଦସ୍ୟ ବୃନ୍ଦାବନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ଡ. ପ୍ରୀୟନାଥ ମହାପାତ୍ର, ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇ କମିଟି ଉନ୍ନତୀ କାମନା କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । କମିଟିର ସମ୍ପାଦକ ଦୈତାରୀ ଧଳ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ବନମାଳୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ସଦାନନ୍ଦ ସାମଲ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପାଲ, ସଭ୍ୟ ଦାମୋଦର ଧଳ, ପ୍ରତାପ ଚନ୍ଦ୍ର ଧଳ, ଦିଲ୍ଲୀପ କୁମାର ଧଳ, ଶଙ୍କର୍ଷଣ ପରିଡା, ଗୋଲେକ ଚନ୍ଦ୍ର ମାଝୀ, କୈଳାସ ଚନ୍ଦ୍ର ସାହୁ, ଗଦାଧର ଧଳ, ପ୍ରମୋଦ କୁମାର ସାହୁ, ବାସୁଦେବ ପରିଡା, ଶରତ ଚନ୍ଦ୍ର ଧଳ, ନିକୁଂଜ ବିହାରୀ ସାହୁ, ପ୍ରଦୀପ ଧଳ, ବିଷ୍ଣୁ ଚରଣ ଧଳ, ଭଗବାନ ସାହୁ, ନିରଞ୍ଜନ ପାଣିଗ୍ରାହୀ, ସନ୍ତୋଷ କୁମାର ଧଳ, ରମେଶ ସାହୁ, ରାଜ କିଶୋର ମଲ୍ଲିକ, ତାପସ ରଞ୍ଜନ ଧଳ, ନିତ୍ୟାନନ୍ଦ ପରିଡା, ମଦନ ମୋହନ ମାଝୀ, ଅନିରୁଦ୍ଧ ସେଠୀ, ଭବ ରଞ୍ଜନ ଧଳ, ମାନସ ରଞ୍ଜନ ଧଳ, ଅକ୍ଷୟ କୁମାର ଧଳ, ନାଣ୍ଡୁ ମଳିକ ପ୍ରମୁଖ ପରିଚାଳନା କରିଥିଲେ ।