ବିଦୁ୍ୟତ ଆଘାତରେ ଜଣେ ମୃତ

ଦାନଗଦୀ : ଆଜିଦିନ ପ୍ରାୟ ୧ଟା ସମୟରେ ଟାଟା ଷ୍ଟିଲରେ କାର୍ଯ୍ୟରତ ଥିବା  ଦାମୋଦର ସଏ କୌଣସି କାର୍ଯ୍ୟରେ ଟାଟା ବିସ୍ଥାପିତ କଲୋନୀ ଗୋବରଘାଟି ସ୍ଥିତ ବିଦୁ୍ୟତ ସବଷ୍ଟେସନ ନିକଟରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସିଗୁରୁତର ଅବସ୍ଥାରେ ଟାଟା ମେଡିକା ଡାକ୍ତରଖାନାରେ ଚିକିସôିତ କରିବା ପାଇଁ ଆଣିବା ପରେ ମେଡିକାଲ ପକ୍ଷରୁ ଦାମୋଦରଙ୍କୁ ମୃତ ଘୋଷଣା କରାଯାଇଥିଲା । ପରେ ବିସ୍ଥାପିତ ପରିବାର ଏକତ୍ରିତ ହୋଇ ଥିବା ଦେଖି ଶାନ୍ତି ଶୃଙ୍ଖଳାର ବଜାୟ ରଖିବା ପାଇଁ କଳିଙ୍ଗନଗର ପୋଲିସ ଓ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରିବା ସହିତ କଳିଙ୍ଗନଗର ଏଡିଏମ୍ ଶପନ କୁମାର ନନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳିଙ୍ଗନଗର ସୁପ୍ରଶନ ମଲ୍ଲିକ ତହସିଲଦାର ଦାନଗଦି, ସୁକିନ୍ଦା ଓ ବିସ୍ଥାପିତ ପରିବାର ପକ୍ଷରୁ ତାଙ୍କ ସ୍ତ୍ରୀଓ ବହୁ ବିସ୍ଥାପିତ ପରିବାର ସଦସ୍ୟଙ୍କ ଉପସ୍ଥିତରେ ଆଲୋଚନା ହେଉଛି । ଶେଷ ପ୍ରଯ୍ୟନ୍ତ କିଛି ସମାଧାନ ହୋଇ ନାହିଁ, ମୃତ ଦାମୋଦର ଟାଟା ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ଥିଲେ । କଳିଙ୍ଗନଗର ପୋଲିସ ୧୦/୨୫ ରେ ଏକ ଅପମୃତ ମାମଲା ରୁଜୁ କରିଛି ।