ପଞ୍ଚାୟତ ସମିତି ବୈଠକରେ ସ୍ୱାମୀ ଆଉ ଶଶୁର ବସିବା ଘଟଣା... ଅଭିଯୋଗ ପରେ ବି ହେଉନି ତଦନ୍ତ

 ବିଞ୍ଝାରପୁର : ଗଲାମାସ ୧୬ତାରିଖ ରବିବାର ପଞ୍ଚାୟତ ସମିତି ବୈଠକରେ ସରପଞ୍ଚଙ୍କ ବଦଳରେ ସ୍ୱାମୀ ଆଉ ଶ୍ୱଶୁର ବସିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ହେଲେ ଅଭିଯୋଗ ପରେ ବି ତଦନ୍ତ କରାନଯିବା ଘଟଣାକୁ ଅଭିଯୋଗକାରୀ ନାପସନ୍ଦ କରିଛନ୍ତି । 
ପଞ୍ଚାୟତ ସମିତି ଅଧକ୍ଷାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକୁ ବର୍ତ୍ତମାନର ସରକାର ବନ୍ଦ କରିଦେଇଥିବା ବେଳେ ଅନେକ ଗୁଡିଏ ଉନ୍ନତି ମୂଳକ କାର୍ଯ୍ୟ ବାକି ରହିଯାଇଛି । ଏହି ସମ୍ପର୍କରେ କୌଣସି ଏକ ଆଲୋଚନା ସମୟରେ ସାଂସଦଙ୍କ ପ୍ରତିନିଧି କହୁ କହୁ ସବୁ ଖାଇଦେଲ ବୋଲି ଏକ ଶବ୍ଦ ଉଚ୍ଚାରଣ କରିଲେ । ଯାହାକୁ ବିଧାୟିକା ଉଚ୍ଚ ସ୍ୱରରେ ପଚାରିବା ସହ କଣ ଖାଇଦେଲେ, କଣ ପ୍ରମାଣ ଅଛି କହିବାରୁ ପ୍ରତିନିଧିଙ୍କୁ କିଛି ପଞ୍ଚାୟତର ସରପଞ୍ଚ ପ୍ରମାଣ ଦିଅନ୍ତୁ କହିବା ସହ କହିଥିବା କଥାକୁ ପ୍ରତ୍ୟାହାର ନକରିଲେ ସଭାରେ ଅଲୋଚନା କରାଯିବ ବୋଲି ଗୃହ ରେ ହୋ..ହାଲ୍ଲା କରିଥିଲେ । ଏହି ସମୟରେ ସଭା ଗୃହର ଅସାମ୍ବିଧାନିକ ଭାବେ ଗୁହାଳି ପଞ୍ଚାୟତର ସରପଞ୍ଚଙ୍କ ଶଶୁର ରାଗିଯାଇ ସିଧା ଉଠିପଡ଼ି ହାତ ହଲାଇ ବା ସହ ଆଙ୍ଗୁଳି ନିଦେ୍ର୍ଦଶ କରି ସାଂସଦଙ୍କ ପ୍ରତିନିଧିଙ୍କୁ ଧମକଦେବା ପରି ବକ୍ୟ ଉଚ୍ଚାରଣ କରିଥିବା ବେଳେ କଲ୍ୟାଣପୁର ସରପଞ୍ଚଙ୍କ ସ୍ୱାମୀ ଠିଆ ହୋଇ ତୁରନ୍ତ କ୍ଷମା ମାଗିବା ସହ ପ୍ରମାଣ ଦିଅନ୍ତୁ ବୋଲି ବାକ୍ୟ ଉଚ୍ଚାରଣ କରିଥିଲେ । ତେବେ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚଙ୍କ ବଦଳରେ କିଏ ଏମାନଙ୍କୁ ବସିବା ସହ ପ୍ରଶ୍ନ ଉତର ରଖିବାକୁ ଅନୁମତି ଦେଇଥିଲା ଏସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ଏହା ବ୍ଲକ ଅଧ୍ୟକ୍ଷାଙ୍କ ଦାଇତ୍ୱ, ମୋର କିଛି ଏସମ୍ପର୍କରେ କହିବାର ନାହିଁ ବୋଲି କହିଥିଲେ । ଯାହାକୁ ନେଇ ଗତ ୨୪ ତାରିଖ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ବିଜେପି ଏକ ଟିମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଏହା ଥିଲା କି କିପରି ବିଞ୍ଝାରପୁର ପଂଚାୟତ ସମିତି ଭଳି ସରକାରୀ ବୈଠକରେ ସରପଞ୍ଚଙ୍କ ବଦଳରେ ସ୍ୱାମୀ ଓ ଶଶୁରଙ୍କୁ ବସାଯାଇ ଦଳୀୟ ଭିତ୍ତିରେ ବୈଠକ କରାଯାଉଛି । ସରପଞ୍ଚମାନେ କୁଆଡେ ପଞ୍ଚାୟତରୁ ବହାରେ ରହୁଥିବା ବେଳେ ସେମାନଙ୍କ ସ୍ୱାମୀ ଆଉ ଶଶୁର ସବୁ ବୁଝାବୁଝି କରନ୍ତି ବୋଲି ଅଭିଯୋଗ କରାଯାଇଥିଲା । ତେବେ ଅଭିଯୋଗକୁ ଗ୍ରହଣ କରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଗଣମାଧ୍ୟମରେ ବୈଠକର ଫଟୋ ଚିତ୍ର  ଭିଡିଓ ଦେଖିଛନ୍ତି । ବିଡିଓଙ୍କୁ କୁହାଯାଇଛି କିଏ କିଏ ବସିଥିଲେ ତାହା ତଦନ୍ତ କରି ଦିଅନ୍ତୁ । ତା ପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଘଟଣାର ପାଖାପାଖି ୧୫ଦିନ ଆଉ ଅଭିଯୋଗର ୬ଦିନ ବିତିଯାଇଥିଲେ ସୁଦ୍ଧା ନା ହୋଇଛି ତଦନ୍ତ ନା ନିଆଯାଉଛି କିଛି କାର୍ଯ୍ୟାନୁଷ୍ଠାନ ।