ମିଳିତ ଜନଶୁଣାଣୀ ଶିବିର

 ଦାନଗଦୀ : ଦାନଗଦୀ ବ୍ଲକ୍ ସଭାଗୃହରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନେଷ୍ୱା ରେଡ୍ଡୀ ଉପସ୍ଥିତ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ବ୍ଲକ୍ର ବହୁତ ଗ୍ରାମର ଜନସାଧାରଣ ନିଜ ନିଜର ସମସ୍ୟାକୁ ଜଣାଇବାକୁ ଆସି ବଞ୍ଚôତ ହୋଇଥିଲେ । ଶିବିରରେ ଜମି ଜମା ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା । କୋଭିଡ ସମୟରେ ଖୁଚୁରା ବିକ୍ରୟ କେନ୍ଦ୍ର ଖାଦ୍ୟ ବଣ୍ଟନ କରି ବିଲ୍ ନ ପାଇବା, ଗରିବ ଲୋକଙ୍କ ଘର ଭାଙ୍ଗି ଦେବା, ଆଧାର, ରାସନ ଲୋକଙ୍କର ନ ହେବା, ସରକାରୀ ଯୋଜନା ଲୋକମାନଙ୍କ ପାଖରେ ସଠିକ ଭାବେ ନପହଁଚିବା, ମାତ୍ରାଧିକ ବାୟୁ ପ୍ରଦୂଷଣ ହେଉଥିବା, ବେଆଇନ ବ୍ଲାଚିଙ୍ଗ ପ୍ଲାଣ୍ଟ, ଚୋରା ବାଲି ଚାଲାଣ, ଗାଁ ଗହଳିରେ ଚୋରା ମଦ ବିକ୍ରି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଶିବିରରେ ମୋଟ ୮୦ଟି ଅଭିଯୋଗ ହୋଇଥିବା ବେଳେ ସେଥିମଧ୍ୟରୁ ତକôାଳ ୫୮ଟି ଅଭିଯୋଗର ସମାଧାନ ହୋଇଥିଲା । ଜନଶୁଣାଣୀରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଦାନଗଦୀ ବିଡିଓଙ୍କ ସହିତ ବିଭିନ୍ନ ବିଭାଗର  ଅଧିକାରୀ ଉପସ୍ଥିତଥିଲେ । ସାମୂହିକ ଅଭିଯୋଗ ଗୁଡିକ କାର୍ଯ୍ୟକାରୀ ହେଉନଥିବାର ତାକୁ ନେଇଅସନ୍ତୋଷ ଦେଖା ଯାଇଥିଲା ।