ଲୋକଙ୍କ ପାଖରେ ଲୋକାଭିମୁଖୀ  କାର୍ଯ୍ୟକ୍ରମ ପହଞ୍ଚୁ

 ଆନନ୍ଦପୁର : ରାଜ୍ୟ ହେଉ କିମ୍ୱା କେନ୍ଦ୍ରସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକ କିପରି ଠିକ ଢଙ୍ଗରେ ସାଧାରଣ ଲୋକଙ୍କ  ପାଖରେ ପହଁଚାଇବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ବିଜେଡ଼ି ଆନନ୍ଦପୁର ବିଡ଼ିଓ ମନୋଜ ମହାନ୍ତଙ୍କୁ ଭେଟି ଦାବି କରିଛି । ବିଜେଡ଼ି ପକ୍ଷରୁ କୁହାଯାଇଛି କି ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହୋଇଥିବା ବେଳେ ଏହାର ଉଦ୍ଘାଟନ ପ୍ରତି ପଂଚାୟତରେ ହେବ । ବର୍ତମାନ ଅଧିକାଂଶ ପଂଚାୟତରେ ବିଜେଡିର ସରପଂଚ ଥିବାରୁ ଏହିଠାରୁ ଆରମ୍ଭ ହୋଇଛି ବିଜେପି ଏବଂ ବିଜେଡି ମଧ୍ୟରେ ତୁ ତୁ ମେଁ ମେଁ । ତେବେ ସରକାରୀ ନିୟମ ଅନୁଯାୟୀ ବିଡ଼ିଓ ସମସ୍ତ କନିଷ୍ଠଯନ୍ତ୍ରୀ ମାନଙ୍କୁ ଏହି ଦାୟିତ୍ୱ ଦେଇଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ପରିସ୍ଥିତି ବଦଳିଯାଇଛି । ଏନେଇ ବିଧାୟକଙ୍କ ବ୍ଲକ ପ୍ରତିନିଧି ମାନ ବାରିକ, ରାକେଶ ରାମ, ରମାକାନ୍ତ ବେହେରା, ଶୁଭ୍ରଜିତ ରାମଙ୍କ ସମେତ ବିଜେଡି ସରପଂଚ, ସମିତିସଭ୍ୟ ବିଡ଼ିଓଙ୍କୁ ସାକ୍ଷାତ କରି ତୁରନ୍ତ ସମସ୍ୟାର ସମାଧାନ କିପରି ହୋଇପାରିବ ସେନେଇ ଆଲୋଚନା କରିଥିଲେ ।