ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶରେ ପ୍ରେସ୍ କ୍ଲବ ପକ୍ଷରୁ ଦାବିପତ୍ର

 ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସାମ୍ବାଦିକା ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ କିଶୋର ପଲେଇଙ୍କୁ ସେବାୟତ ବୋଲି କହୁଥିବା ଗୁଣ୍ଡା ଟଣାଘୋଷରା କରି ମାଡ଼ ମାରିବା ଘଟଣାର ପ୍ରତିବାଦ କରିଛି ଜିଲା ପ୍ରେସ କ୍ଲବ । ଆକ୍ରମଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଦାବି କରି ଯାଜପୁର ଜିଲା ପ୍ରେସ କ୍ଳବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲାପାଳ ପି ଅନ୍ୱେଷା ରେଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କ୍ଲବର ଅଜୟ କୁମାର ରାଉଳ,  ଆଦିତ୍ୟ ମେକାପ, ଦେବେନ୍ଦ୍ର କୁମାର ପାଢ଼ୀ,  ବିରଜା ପାଣି,  ବିଭୂତି ଭୂଷଣ ଖଣ୍ଡାୟୀ, ସଂଜୟ କର, ସନ୍ତୋଷ ମିଶ୍ର, ଅଜୟ କୁମାର ମିଶ୍ର, ସେକ୍ ସାଜିଦ ଅଲ୍ଲୀ, ସଂଜୀବ କୁମାର ଜେନା, ତାପସ କୁମାର ପାଲ, ସତ୍ୟବାନ ରାଉତ, ପରମେଶ୍ୱର ପଣ୍ଡା ପ୍ରମୂଖ ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ଦାବିପତ୍ରରେ ଉପସ୍ଥାପନ କରିଛନ୍ତି ।