ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା
ରାଜକନିକା : ବାଘବୁଦା ପଞ୍ଚାୟତ ଅନ୍ତର୍ଗତ ବ୍ରଜବନ୍ଧୁ ଉଚ୍ଚ ବିଦ୍ୟାଳୟ ଆରସାର ପ୍ରଧାନଶିକ୍ଷକ ସୁକୁମାର, ସତ୍ୟବ୍ରତ ବାରିକ ସହକାରୀ ଶିକ୍ଷକ, କୁବେର ଚାରଣ ବେହେରା ଓ ହିନ୍ଦୀ ଶିକ୍ଷୟତ୍ରୀ ସୁଚିତ୍ରା ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିମ୍ବାଧର ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟା ସଙ୍ଘ ଉପସଭାପତି ସଞ୍ଜୟ ସାମଲ ମୁଖ୍ୟବକ୍ତା, ଶିକ୍ଷାବିତ୍ ବିଦ୍ୟାଧର ବରଜ ସାମ୍ମନିତଅତିଥି ଓଷ୍ଟା ସଙ୍ଘ ସମ୍ପାଦକ ଅରବିନ୍ଦ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବେଣୁଧର ନାୟକ, ଉପଦେଷ୍ଟା ଲକ୍ଷ୍ମଣ କୁମାର ସାହୁ ଶିକ୍ଷକ ନିର୍ମଳ ଚନ୍ଦ୍ର ଦାଶ, ସମାଜସେବୀ କୁମର ନାୟକ, ଶିକ୍ଷକ ନେତା ଦିଲ୍ଲୀପ ରାଉତ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ବାରିକ,ଶ୍ରୀଯୁକ୍ତ ବେହେରା ଓ ଶ୍ରୀମତୀ ସାହୁ ଙ୍କ ଦୀର୍ଘ ୩୦ ବର୍ଷା ଧରି ବିଦ୍ୟାଳୟ ପ୍ରତି ଥିବା ଉତ୍ସଗିକୃତ ସେବା ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଭୟଙ୍କୁ ଉତ୍ତରୀୟ, ମାନପତ୍ର, ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ କମଳା କାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଶିକ୍ଷକ ଶରତ ଚନ୍ଦ୍ର ପଡିହାରୀ, ଗଗନ ବିହାରୀ ମିଶ୍ର, କର୍ମଚାରୀ କୁଳମଣି ବେହେରା, ଅଭିମନୁ୍ୟ ଜେନା ପରିଚାଳନା କରିଥିଲେ ।