ଚୋରା ମଦ ବେପାରୀ ଗିରଫ

 ରାଜକନିକା : ବରୁଣାଡିଆ ଗାଁ ମୁଣ୍ଡରେ ଜଣେ ଯୁବକ ଏକ କେବିନ କରି ସେଥିରେ ଜଳଖିଆ ଓ ଚାଖଣା ବିକ୍ରି କରିବା ଆଳରେ ଦୀର୍ଘ ଦିନ ହେବ ଖୁଲମ ଖୁଲା ମଦ ବିକ୍ରି କରୁଥିଲା । ଅନେକ ଦିନରୁ ସେହି ଅଞ୍ଚଳର କିଛି ବୁଦ୍ଧିଜୀବୀ ଓ ସମାଜସେବୀ ପୋଲିସ ଓ ଅବକାରୀ ବିଭାଗକୁ ଅଭିଯୋଗ କରୁଥିଲେ କିନ୍ତୁ ଅବକାରୀ ବିଭାଗ ମୋଟା ଅଙ୍କର ଉତ୍କୋଚ ନେଇ ଏହି ମଦ ବେପାରୀକୁ ଭିତିରିଆ ସାହାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏବେ ବରୁଣାଡିଆ ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ପ୍ରୟାସ କରୁଥିବା ନାରୀ ନେତ୍ରୀ ଲଷ୍ମୀପ୍ରିୟା ନାୟକ ରାଜକନିକା ପୋଲିସକୁ ସୂଚନା ଦେବାପରେ ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ବରୁଣାଡିଆରେ ପହଁଚି ସମ୍ପୃକ୍ତ ମଦ ବେପାରୀ ରଞ୍ଜିତ ସ୍ୱାଇଁଙ୍କୁ ଗିରଫ କରିବା ସହ ତା ନିକଟରୁ ୨୫ଲିଟର ମଦ ଜବତ କରିଥିବା ବେଳେ, ରଞ୍ଜିତକୁ ରାଜକନିକା ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଥାଉ ରାଜକନିକାର ଗାଁ ଗହଳିରେ ଏକାଧିକ ଚୋରା ମଦ ବେପାରୀ ବେଧଡକ ମଦ ବିକ୍ରିକରୁଥିବା ବେଳେ, ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।