ଡିୱାଇଏଫଆଇ ଯୁବ ସଙ୍ଗଠନ ଗଠିତ

 ନୀଳଗିରି : ନୀଳଗିରି ସିପିଆଇ(ଏମ) କାର୍ଯ୍ୟାଳୟ ସଭା ଗୃହରେ ଜ୍ୟୋତିର୍ମୟ ରାଉତଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ, ନୀଳଗିରିରେ ନୂତନ ଭାବେ ଡିୱାଇଏଫଆଇ ଯୁବ ସଙ୍ଗଠନ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି  । ଏଥିରେ ବରିଷ୍ଠ ସିପିଆଇ(ଏମ) ନେତା ବିଜୟ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ଗଙ୍ଗାଧର ମହାନ୍ତି, ଶୁଭ୍ର ଶାନ୍ତନୁ ନାୟକ, ଦେବେନ୍ଦ୍ର ବେହେରା, ନାରାୟଣ ପ୍ରସାଦ ମଲିକ ମଞ୍ଚାସୀନ ରହି ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଯୁବ ସମାଜର ଭୂମିକା କଣ ହେବା ଜରୁରୀ ସେ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ  । ଏହା ଏକ ରାଜନୈତିକ ସଙ୍ଗଠନ ନୁହେଁ ବୋଲି, ବକ୍ତାମାନେ ସ୍ପଷ୍ଟ ମତ ରଖିଥିଲେ  । ସମ୍ପ୍ରତି ସମାଜର ବିଗିଡ଼ିଥିବା ବ୍ୟବସ୍ଥାର ସୁଧାର ଆଣିବା ଏହି ସଙ୍ଗଠନର ମୂଳଲକ୍ଷ୍ୟ ବୋଲି କହିଥିଲେ  । ଏଥିରେ ଶୁଭ୍ର ଶାନ୍ତନୁ ନାୟକ, ମନୋରଞ୍ଜନ ମହାକୁଡ଼, ପୁରୁଷୋତ୍ତମ ଖଣ୍ଡେଇ, କେଶବ ଲେଙ୍କା, ନାରାୟଣ ପ୍ରସାଦ ମଲ୍ଲିକ, ଗଜେନ୍ଦ୍ର ସିଂ, ଉମେଶ ମୁଖୀ, ଅନିଲ ମଲ୍ଲିକ, ରଘୁନାଥ ଦାସ, ପ୍ରଶାନ୍ତ ପୁହାଣ, ଦେବେନ୍ଦ୍ର ବେହେରା, କାଳିଆ ପାତ୍ର, ମୃତୁ୍ୟଞ୍ଜୟ ନାୟକ, ମନୋରଞ୍ଜନ ଜେନା, ସତ୍ୟରଞ୍ଜନ ଜେନା ପ୍ରମୁଖ ୩୦ରୁ ଉଦ୍ଧ୍ୱର୍ ଯୁବସାଥି ଯୋଗଦେଇ ଡିୱାଇଏଫଆଇର ସଦସ୍ୟତା ଗ୍ରହଣ କରିଥିଲେ  ।