ଗୋଷ୍ଠୀ ସଂଘର୍ଷ: ୧୧ ଗୁରୁତର; ୪କୋର୍ଟ ଚାଲାଣ
ସିଂହପୁର : ଜମିବାଡି ବିବାଦକୁ କେନ୍ଦ୍ର କରି ବିଞ୍ଝାରପୁର ଥାନା ଅନ୍ତର୍ଗତ ଖଦ୍ଦିପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଘଟିଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ପ୍ରାୟ ୧୧ଜଣ ଗୁରୁତର ହୋଇ ଯାଜପୁର ଜିଲା ମୁଖ୍ୟ ଚିକିସôାଳୟ ଓ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ଅନୁଯାଇ ଗ୍ରାମର ଅରୁଣ ସାମଲ ଓ ଶିବ ପ୍ରସାଦ ସାମଲଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା । ଅରୁଣ ରାଜ୍ୟ ବାହାରେ ରହୁଥିବା ବେଳେ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ୩ ଦିନ ପୂର୍ବରୁ ନିଜ ବନ୍ଧୁ ଘରକୁ ଫେରିଥିଲେ । ଗତକାଲି ଅରୁଣ ଓ ତାଙ୍କର କେତେକ ବାନ୍ଧୁ ଖଦ୍ଦିପୁରରେ ପହଁଚି ବିବାଦିୟ ଜମିରେ ଥିବା ବାଡକୁ ଉଚ୍ଛେଦ କରିବାକୁ ପ୍ରୟାସ କରିବା ବେଳେ ଅରୁଣ ଓ ଶିବ ପ୍ରସାଦଙ୍କ ମଧ୍ୟରେ ବଚସା ହୋଇଥିଲା । ଘଟଣାକୁ ଶିବ ପ୍ରସାଦଙ୍କ ପତ୍ନୀ ବିରୋଧ କରିବାକୁ ଅରୁଣ ଓ ତାଙ୍କ ସମ୍ପର୍କିୟମାନେ ଶିବ ପ୍ରସାଦ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ । ଅନ୍ୟ ପକ୍ଷରେ ଶିବ ଓ ତାର ସମର୍ଥକ ମଧ୍ୟ ଅରୁଣ ଏବଂ ତାର ସମ୍ପର୍କିୟଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା । କଟୁରୀ ଓ ଠେଙ୍ଗା ଆକ୍ରମଣରେ ଉଭୟ ପକ୍ଷର ୧୧ ଜଣ ଗୁରୁତର ହୋଇଥିଲେ । ଆହତଙ୍କ ମଧ୍ୟରେ ଶିବ ପ୍ରସାଦ ସାମଲ, ଦିବାକର ସାମଲ, ଲକ୍ଷ୍ମୀଧର ସାମଲ, ସୁବ୍ରତ ସାମଲ, ଆଲୋକ ସାମଲ, ଅରୁଣ ସାମଲ, ନିଶାକର ମଲ୍ଲିକ, ନରେନ ସ୍ୱାଇଁ, ବଳରାମ ସ୍ୱାଇଁ, ଅବିନାଶ ମହାନ୍ତି, ରଞ୍ଜନ ମହାନ୍ତି ରହିଥିବା ବେଳେ ସମସ୍ତେ ଚିକିସôିତ ହେଉଛନ୍ତି । ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ସମ୍ପର୍କରେ ଉଭୟ ପକ୍ଷ ଥାନାରେ ଅଭିଯୋଗ ପରେ ପୁଲିସ ୨୦୯/୨୫ ଓ ୨୧୦/୨୫ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ କରି ତଦନ୍ତ ଆରମ୍ଭ କରିଛି । ଆହତ ମାନଙ୍କୁ ଚିକିସôା ପାଇଁ ପଠାଇବା ସହିତ ପୁଲିସ ଏହି ଘଟଣାରେ ଉଭୟ ପକ୍ଷର ଏକାଧିକ ଲୋକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଞ୍ଝାରପୁର ଥାନା ଅଧିକାରୀ ବାମଦେବ ନନ୍ଦ ସୂଚନା ଦେଇଛନ୍ତି ।