କେନ୍ଦ୍ରାପଡ଼ା ପ୍ରଶାସନର ପ୍ରସ୍ତୁତି

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : ଆଇଏମ୍ଡିର  ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାର ଉପକୂଳରେ ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ବାତ୍ୟା ଜନିତ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି କରିଛି  । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯେଉଁ ନିଦେ୍ର୍ଦଶନାମା ଜାରି କରାଯାଇଛି ସେହି ଆଧାରରେ କେନ୍ଦ୍ରପଡା ଜିଲ୍ଲାପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି  । ଗତ କାଲି ଅପରାହ୍ନ ୪.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହିତ ଏହାର ସଫଳ ମୁକାବିଲା ନିମନ୍ତେ ସଜାଗ ରହିବା ସହ ଶୂନ୍ୟ ମୃତୁ୍ୟହାରକୁ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ ଦେଇଥିଲେ  । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଆଭାସୀ ମାଧ୍ୟମରେ ଜିଲ୍ଲାର ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ କରି ୨୪ ଓ ୨୫ ତାରିଖ ଦିନ ବାତ୍ୟା ଉପକୁଳ ଛୁଇଁବା ଆଶଙ୍କା ଥିବାରୁ ସମସ୍ତ ବିଭାଗ ସତର୍କ ରହିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି  । ୧୧୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇ ପାନୀୟ ଜଳ, ସାନିଟେସନର ବ୍ୟବସ୍ଥା, ଶୁଖିଲା ଖାଦ୍ୟ ଏବଂ ୨୩ ତାରିଖରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି  । ଗତକାଲି ଜିଲ୍ଲାର ୧୨୪ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି  । ବେସାମରିକ ଯୋଗାଣ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ, ମହମବତୀ, ଦିଆସିଲି, କିରୋସିନି ଆଦି ମହଜୁଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି  । ୬ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଆଳି, ରାଜନଗର, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଗରଦପୁର, ରାଜକନିକା ୬ଟି ବ୍ଲକକୁ ନୋଡାଲ ଅଫିସର ଭାବେ ପ୍ରେରଣ କରାଯାଇଛି  । ଆଜି ସନ୍ଧ୍ୟା ସୁଦ୍ଧା ୬ଟି ଓଡ୍ରାଫ୍ ଟମ୍ କେନ୍ଦ୍ରାପଡାରେ ପହଞ୍ଚିବେ  । ମହାକାଳପଡ଼ା ଓ ରାଜନଗର ବ୍ଲକ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହି ୨ଟି ବ୍ଲକ ପ୍ରତି ଅଧିକ ସତର୍କତା ଅବଲମ୍ବନ କରାଯାଇଛି  । ବାତ୍ୟା ଯୋଗୁଁ ବିଦୁ୍ୟତ୍ ସରବରାହ ଠିକ୍ କରିବା ଓ ଆଶ୍ରୟସ୍ଥଳୀରେ ଓଆରଏସ୍, ଅତ୍ୟାବଶ୍ୟକ ଔଷଧ ସମାଗ୍ରୀ, ପଶୁ ଖାଦ୍ୟ ଆଦି ମହଜୁଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି  । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ବନ୍ଦ ରହିବ କିନ୍ତୁ ଶିକ୍ଷକମାନେ ଉପସ୍ଥିତ ରହିବେ  । ରାସ୍ତା ଅବରୋଧ ହଟାଇବା ପାଇଁ ଅଗ୍ନିଶମ ବିଭାଗ, ପୁଲିସ୍ ପ୍ରଶାସନ, ଓଡ୍ରାଫ ଟମ୍ ମିଳିତ ଭାବେ କାର୍ଯ୍ୟ କରିବେ  । ଉକ୍ତ ଆଭାସୀ ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡଃ ଦୁର୍ଗା ପ୍ରସନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର  ପ୍ରଧାନ, ଅଶୋକ କୁମାର ଦାସ, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ  ।