ସଚିବସ୍ତରୀୟ ବୈଠକ : ଜନକୈନ୍ଦ୍ରିକ ଶାସନ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରି ଆବଶ୍ୟକ ନିଦେ୍ର୍ଦଶ ଓ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଓଡ଼ିଶା ଭିଜନ ଡକୁ୍ୟମେଣ୍ଟକୁ ପ୍ରଧାନମନ୍ତ୍ରୀ ଗତ ଜୁନ ୨୦ ତାରିଖରେ ଉନ୍ମୋଚନ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ବିଭାଗରେ ସଂସ୍ଥାଗତ ଢ଼ାଞ୍ଚା ଓ ଉସôର୍ଗୀଗତ ବ୍ୟବସ୍ଥା ପୂର୍ବକ ଆନ୍ତଃ ବିଭାଗୀୟ କାର୍ଯ୍ୟକାରୀ ଗ୍ରୁପ (ୱାର୍କିଂ ଗ୍ରୁପ୍ ) ଦ୍ୱାରା ସମନ୍ୱୟ ଓ କାର୍ଯ୍ୟାନ୍ୱୟନ ସଂପର୍କରେ ବୈଠକରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରାଯିବ ବୋଲି ଶ୍ରୀ ଆହୁଜା କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଆଦି ସଂସ୍ଥାରେ ଦିଆଯାଇଥିବା ବିଭିନ୍ନ ପ୍ରଶିକ୍ଷଣରେ ଭିଜନ ଡକୁ୍ୟମେଣ୍ଟରେ ରହିଥିବା ଆଭିମୁଖ୍ୟ ସଂପର୍କିତ ତାଲିମ ଅନ୍ତର୍ଭୁକ୍ତ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସୁପରିଚାଳନାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବାଗୁଡିକୁ ସିଏମଜିଆଇ ଦ୍ୱାରା ବିକାଶ ହେଉଥିବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ ଉପଲବ୍ଧ କରାଯିବା ସଂପର୍କରେ ବୈଠକରେ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।