ସମ ଗୋତ୍ର ବିବାହ ନିଷେଧ କାହିଙ୍କି?

ସମ ଗୋତ୍ର ବିବାହ ନିଷେଧ କାହିଙ୍କି?

ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ଼ ମହତ୍ତ୍ୱ ରହିଛି । ପୂଜାପାଠ ହେଉ କିମ୍ବା ବିବାହ ସମୟରେ ହେଉ ଗୋତ୍ରର ସୂଚନା ଦେବା ଖୁବ୍ ଜରୁରୀ ହୋଇଥାଏ । ବିବାହ ସମୟରେ ଉଭୟ ପୁଅ ଓ ଝିଅ ପକ୍ଷର ଗୋତ୍ର ଦେଖାଯାଇଥାଏ । ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ କରିବାକୁ ନିଷେଧ କରାଯାଇଛି ।କିନ୍ତୁ ଆପଣ ଜାଣନ୍ତି କାହିଁକି? 
ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ ନିଷେଧ ।ଯଦି ପୁଅ ଏବଂ ଝିଅ ଗୋଟିଏ ଗୋତ୍ରର ହୋଇଥାନ୍ତି ତେବେ ତାଙ୍କର ବିବାହ କରାଯାଏ ନାହଁ । କାରଣ ଗୋଟିଏ ଗୋତ୍ରର ଲୋକ ଭାଇ-ଭଉଣୀ ବୋଲି କୁହାଯାଏ, ତେଣୁ ସେମାନେ ସ୍ୱାମୀ-ସ୍ତ୍ରୀ ହୋଇପାରିବେ ନାହିଁ । ସେହିଭଳି ଆଉ ଏକ କାରଣ ମଧ୍ୟ ରହିଛି ଯେଉଁଥିପାଇଁ ସମାନ ଗୋତ୍ରରେ ବିବାହ କରାଯାଇନଥାଏ ।  ବିଶ୍ୱାସ ରହିଛିଯେ ସମାନ ଗୋତ୍ରରେ ବିବାହ ହେଲେ ସନ୍ତାନ ଜନ୍ମ ହେବା ବେଳେ ବିଭିନ୍ନ ପ୍ରକାର ବିକୃତି ଆସିଥାଏ । ତେଣୁ ଗୋଟିଏ ଗୋତ୍ରରେ ବିବାହ ସମ୍ଭବ ନୁହେଁ । ହିନ୍ଦୁ ଧର୍ମରେ ଯେତେବେଳେ ପୁଅ-ଝିଅଙ୍କର ବିବାହ କରାଯାଏ ସେତେବେଳେ ୩ଟି ଗୋତ୍ରକୁ ଛାଡ଼ିକି ବିବାହ କରାଯାଏ । ମା-ବାପା ଓ ଆଈର ଗୋତ୍ରକୁ ଛାଡ଼ି ଯେଉଁ ଗୋତ୍ର ମିଳେ ସେଥିରେ ବିବାହ କରାଯାଇଥାଏ । ଏହି ୩ଟି ଗୋତ୍ରରେ ବିବାହ କରିବା ଠିକ୍ ହୋଇନଥାଏ । ସେଭଳି ମାନ୍ୟତା ରହିଛି ଯେ, କୌଣସି ନିକଟତମ ସମ୍ପର୍କୀୟଙ୍କୁ ବିବାହ କରିବା ଫଳରେ ପିଲା ଭିତରେ ଯେଉଁ ଜିନ୍ ହୁଏ ସେଥିରେ କିଛି ଦୋଷ ରହିଯାଏ । ଯାହା ପିଲାମାନଙ୍କର ବିକାଶରେ ବାଧା ଆଣିଥାଏ । ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ,  ହାଇବ୍ରିଡ୍ ଡିଏନ୍ଏ ଏବଂ ଜେନେଟିକ୍ ସୁସଙ୍ଗତା ହେତୁ ସମାନ ଗୋତ୍ରର ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଫଳରେ ପିଲାମାନଙ୍କଠାରେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ । ସମାନ ଗୋତ୍ରରେ ବିବାହ ପରେ, ସେହି ଗୋତ୍ରର ରୋଗ, ଶାରୀରିକ ସମସ୍ୟା ଏବଂ ତ୍ରୁଟି ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତରିତ ହୋଇଥାଏ ।