ହାତରେ ଅଧିକ ଝାଳ ହେଉଛି କି ? ହୋଇପାରେ ହାଇପରହାଇଡ୍ରୋସିସ୍‌ 

ହାତରେ ଅଧିକ ଝାଳ ହେଉଛି କି ? ହୋଇପାରେ ହାଇପରହାଇଡ୍ରୋସିସ୍‌ 


ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା । ଏହା ଶରୀର ପାଇଁ ଭଲ ମଧ୍ୟ ହୋଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଝାଳ ବାହାରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ଗରମରେ କାମ କରିବା ସମୟରେ ଶରୀରରୁ ଅଧିକ ଝାଳ ବାହାରିଥାଏ  । ଶରୀରକୁ ଥଣ୍ଡା ରଖିବା ପାଇଁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା  । ଯଦି ଆମେ କୌଣସି ଚିନ୍ତାରେ ଥାଉ ତେବେ ଆମ ହାତଗୋଡ଼ରୁ ଝାଳ ବାହାରିବା ସାମାନ୍ୟ କଥା  । କିନ୍ତୁ ବିନା କାରଣରେ ଓ ଆବଶ୍ୟକତାଠାରୁ ଅଧିକ ଝାଳ ନିର୍ଗତ ହେବା ରୋଗର ସଙ୍କେତ ହୋଇପାରେ । ଏପରି ଏକ ରୋଗ ହେଉଛି ହାଇପରହାଇଡ୍ରୋସିସ୍‌  । 
ହାଇପରହାଇଡ୍ରୋସିସ୍‌ ଏପରି ଏକ ରୋଗ ଯେଉଁଥିରେ ଶରୀରର ଝାଳ ଗ୍ରନ୍ଥି ଅଧିକ ସକ୍ରିୟ ହୋଇଯାଏ । ଯେଉଁ କାରଣରୁ ଶରୀରରେ ଅଧିକ ଝାଳ ଆସିଥାଏ  । ଏହି ରୋଗରେ ହାତ, ଗୋଡ଼ ଓ ମଥାରେ ଅଧିକ ଝାଳ ଆସେ  । ଅନେକଥର ଏହା ଲଜ୍ଜାର କାରଣ ମଧ୍ୟ ହୋଇଥାଏ । ଏହି ରୋଗରେ ପୀଡ଼ିତ ଲୋକମାନଙ୍କ ହାତ ସବୁବେଳେ ଝାଳରେ ଓଦା ହୋଇ ରହୁଥିବାରୁ କାହା ସହ ହାତ ମିଳେଇବା ପାଇଁ ମଧ୍ୟ ସେମାନେ ଡରିଥାନ୍ତି । ଏହା ଥାଇରଏଡ୍‌, ନିମ୍ନ ରକ୍ତଚାପ, ଡାଇବେଟିସ୍‌ର କାରଣ ହୋଇଥାଏ  ।

                                                                                                                                                                                                                                                  By- ହେନାମଞ୍ଜରୀ ସ୍ୱାଇଁ