ସାନ୍ ଫ୍ରାନ୍ସିସ୍କୋରେ ଯୋଗଦେବ ସିୟୁଟିଏମ

ଭୁବନେଶ୍ୱର:  ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ଭାବରେ ସାନ୍ ଫ୍ରାନ୍ସିସ୍କୋରେ ଆୟୋଜିତ ୬୨ତମ ଡିଜାଇନ୍ ଅଟୋମେସନ୍ କନଫରେନ୍ସ (ଡିଏସି)ରେ ଅଂଶଗ୍ରହଣ କରୁଛ  । ଯାହା ସେମିକଣ୍ଡକ୍ଟର ଏବଂ ଡିଜାଇନ୍ ଅଟୋମେସନ୍ ଶିଳ୍ପ ପାଇଁ ବିଶ୍ୱର ସର୍ବୋଚ୍ଚ ଅଭିଜ୍ଞ ମଞ୍ଚ । ଡିଏସ୨୦୨୫ର ବିଷୟ ହେଉଛି “ଚିପ୍ସ ଟୁ ସିଷ୍ଟମ୍ସ” ଯାହା ଇଲୋକ୍ଟ୍ରନିକ୍ ଡିଜାଇନ୍ ଅଟୋମେସନ୍ (ଇଡିଏ) ସେମିକଣ୍ଡକ୍ଟର ପ୍ରଯୁକ୍ତି ଏବଂ ସିଷ୍ଟମ୍ ଇନୋଭେସନ୍ ପ୍ରବୃତ୍ତିରେ ବିଶ୍ୱ ନେତାମାନେଙ୍କୁ ଏକତ୍ର କରିଛି । ସିମେନ୍ସ୍, ଚିପଏଜେଣ୍ଟ୍ସ୍ ଏଆଇ, ସିନୋପସିସ୍, କିସାଇଟ୍, ଏନସିସ୍, କେଡେନ୍ସ୍ ଓ ରକେଟ୍ ସଫ୍ଟୱେୟାର୍ ଭଳି ଅନେକ ଉଦ୍ୟୋଗ ନାୟକମାନେ ତାଙ୍କର ସର୍ବନୂତନ ଉନ୍ନତି ମାନକୁ ପ୍ରଦର୍ଶନ କରିଛନ୍ତି । ଏହି ସମ୍ମିଳନୀରେ ପ୍ରଫେସର୍ ଡିଏନ୍ ରାଓ (ସହ ପ୍ରତିଷ୍ଠାତା ଏବଂ ଉପାଧ୍ୟକ୍ଷ), ପ୍ରଫେସର୍ ଡଃ ଚନ୍ଦ୍ରଶେଖର ଦାଶ ଓ ମି. ଲକ୍ଷ୍ମୀକାନ୍ତ ସୁତାର ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ଅବସରରେ ପ୍ରଫେସର୍ ଡିଏନ୍ ରାଓ କହିଛନ୍ତି “ଡିଏସ ୨୦୨୫ ରେ ଆମର ଅଂଶଗ୍ରହଣ କେବଳ ଆମର ଗଭୀର ଗବେଷଣା ଓ ନୂତନତମ ଉଦ୍ଭାବନ ପ୍ରତି ବିଶ୍ୱାସ ନୁହେଁ, ବରଂ ଏହା ଭାରତୀୟ ଶିକ୍ଷାକ୍ଷେତ୍ର ପାଇଁ ଗର୍ବର ମୁହୂର୍ତ୍ତ, ଯାହାରେ ଆମେ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ ବିଶ୍ୱ ମଞ୍ଚରେ ଆମର କ୍ଷମତା ପ୍ରଦର୍ଶନ କରୁଛୁ ।” ମାର୍କି ସେମିକଣ୍ଡକ୍ଟର୍ସ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସେତୁ ଗଢ଼ିବା ଉଦ୍ୟମରେ, ସେଣ୍ଟୁରିଆନ୍ ୟୁନିଭର୍ସିଟି ଅଗ୍ରଣୀ ସେମିକଣ୍ଡକ୍ଟର୍ ଡିଜାଇନ୍ କମ୍ପାନୀ ମରକ୍ୟୁ ସେମିକଣ୍ଡକ୍ଟ୍ରରସହିତ ଏକ ଭାଗୀଦାରି ସ୍ଥାପନା କରିଛି । ଏହି ଭାଗୀଦାରି ସେଞ୍ଚୁରିଅନ୍ ୟୁନିଭର୍ସିଟିକୁ ଭବିଷ୍ୟତ ଟେକ୍ନୋଲୋଜିରେ ଗ୍ଲୋବାଲ୍ ସ୍କିଲ୍ ପ୍ରଦାତା ଭାବରେ ସ୍ଥାପିତ କରିବାରେ ଏକ ମୁଖ୍ୟ ଭୂମିକା ନିଭାଇବ  ।