ଯୋଜନାକୁ ମଞ୍ଜୁରୀ : ମୁଖ୍ୟମନ୍ତ୍ରୀ

ଯୋଜନାକୁ ମଞ୍ଜୁରୀ  :  ମୁଖ୍ୟମନ୍ତ୍ରୀ

ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ । ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବ । ପ୍ରଥମ ପର୍ଯ୍ୟାୟରେ ୨୨୦୦ ଗୋଟି ମଡେଲ ସ୍କୁଲ୍ ନିର୍ମାଣ ହେବ । ମଡେଲ ସ୍କୁଲ୍ ନିର୍ମାଣ ପାଇଁ ଆର୍ଥିକ ବ୍ୟୟ ଅଟକଳ ୧୨ହଜାର କୋଟି । ପ୍ରତ୍ୟେକ ସ୍କୁଲ୍ ପାଇଁ ଆନୁମାନିକ ଖର୍ଚ୍ଚ ପ୍ରାୟ ୫କୋଟି । ଘଟଗାଁ ତାରିଣୀ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ୨୨୬ କୋଟି ମଞ୍ଜୁର । ୫୯ଏକର ଜମିକୁ ନେଇ ପାରିପାଶ୍ୱିର୍କ ବିକାଶ ପାଇଁ ଡିପିଆର ପ୍ରସ୍ତୁତ ସରିଛି । ୨୧୬ଶଯ୍ୟା ବିଶିଷ୍ଟ ଯାତ୍ରୀନିବାସ, ତୀର୍ଥଯାତ୍ରୀ କେନ୍ଦ୍ର ଓ ନଡିଆ ଭଣ୍ଡାର ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।