ବାଇକ ଧକ୍କାରେ ଯୁବକ ମୃତ
ବଡ଼ଚଣା: ରବିବାର ବିଳମ୍ବିତ ରାତିରେ ବଡ଼ଚଣା ଥାନା କଡ଼ାଇ ଛକ ନିକଟରେ ବାଇକକୁ ବାଇକ ଧକ୍କା ଦେବାରେ ଜଣେ ଯୁବକର ମୃତୁ୍ୟ ଘଟିଛି । ମୃତ ଯୁବକ ଧାନମଣ୍ଡଳ ଗ୍ରାମର କୁଶାସନ ସାହୁଙ୍କ ପୁଅ ଅନିଲ ସାହୁ(୨୩) ହୋଇଥିବା ବେଳେ ସେ ପଲସର ବାଇକରେ କଟକରୁ ଆସୁଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ କଡ଼ାଇ ଛକ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଅନିଲ ରାସ୍ତା କଡରେ ଛିଟିକି ପଡିଯାଇଥିଲେ । କୌଣସି ସୂତ୍ରରୁ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚô ଅନିଲଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଅନିଲକୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ବ୍ୟବଚ୍ଛେଦ ପରେ ମରଶରୀର ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ।