୩ ରେଳ କର୍ମଚାରୀ ସମ୍ମାନିତ
ଭୁବନେଶ୍ୱର : ଉସôର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ତିନି ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ଲକ୍ଷ୍ମୀପୁର ଷ୍ଟେସନ ମ୍ୟାନେଜର ଉତ୍ତମ କୁମାର, ସିମାଞ୍ଚଳମ ନର୍ଥ ଷ୍ଟେସନ ତାହାରେ କାର୍ଯ୍ୟରତ ବରିଷ୍ଠ ପଣ୍ୟବାହୀ ଟ୍ରେନ ମ୍ୟାନେଜର ପି. ଗୌରୀ ଶଙ୍କର ଏବଂ ରାହାମା ଷ୍ଟେସନ ଠାରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର ଓ ମନୋଜ କୁମାର ହାଁସଦା ସେମାନଙ୍କର ନିୟମିତ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସତର୍କତା ପ୍ରଦର୍ଶନ କରିଛନ୍ତି ଏବଂ ବୁଦ୍ଧିର ଉପସ୍ଥିତି ପ୍ରଦର୍ଶନ କରି ଦ୍ରୁତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଯାହା ଟ୍ରେନଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନାରେ ଅବଦାନ ରଖିଛି । ଉକ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀ ମାନଙ୍କର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ । ରେଳ ସେବାର ନିରାପତ୍ତା ଏବଂ ବିଶ୍ୱସନୀୟତା ବଜାୟ ରଖିବାରେ ଟ୍ରାକ୍ ମେଣ୍ଟେନର୍ସ, ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଷ୍ଟେସନ ଅପରେଟର ମାନଙ୍କ ସହ ସମସ୍ତ ଆଗଧାଡ଼ିର କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।