ସାମ୍ବାଦିକ ସଂଘର ବନ୍ଧୁମିଳନ


ସିଂହପୁର: ସାମ୍ବାଦିକତା ଏକ ପେଷା ନୁହେଁ ଏହା ଏକ ସେବା ଓ ବ୍ରତ । ସମାଜରେ ଗରିବ, ଦଳିତ, ନିର୍ଯ୍ୟାତିତ ମାନଙ୍କ ସ୍ୱର ସାଜି ସାମ୍ବାଦିକ ବନ୍ଧୁ ମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଖବର ପରିବେଷଣ କରି ଲୋକଙ୍କ ସମସ୍ୟାକୁ ସରକାର,ପ୍ରଶାସନ ନିକଟରେ ପହଁଚାଇ ସମସ୍ୟାର ସମାଧାନ କରି ସମାଜର ମଙ୍ଗଳ ସାଧନ କରିଥାନ୍ତି । ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ନିଷ୍ଠାପର, ନିର୍ଭିର୍କ ଭାବ ସମ୍ବାଦ ପରିବେଷଣ କରିବା ସହିତ ସମ୍ବାଦ କେବଳ ଘଟଣାବଳିକୁ ନେଇ ପ୍ରସ୍ତୁତ ନକରି ସାମ୍ବାଦିକ ମାନେ ନିଜ ନିଜ ଅଞ୍ଚଳର ପୂର୍ବ ଅତିର ଗୈାରବମୟ ଇତିହାସକୁ ନେଇ ମଧ୍ୟ ସମ୍ବାଦ ପରିବେଷଣ କରି ଅଞ୍ଚଳର ଗୈାରବକୁ ବିଶ୍ୱ ଦରପାରରେ ପହଁଚାଇବାକୁ ବିଶିଷ୍ଠ ସ୍ତମ୍ବକାର ହରେକୃଷ୍ଣ ପଣ୍ଡା ମତବ୍ୟକ୍ତ କରିଛନ୍ତି । ବିଞ୍ଝାରପୁର ସାମ୍ବାଦିକ ୟୁନିଅନ ପକ୍ଷରୁ ସଭାପତି ଦେବ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ତମ୍ବକାର ଶ୍ରୀ ପଣ୍ଡା, ପୂର୍ବତନ ସଦସ୍ୟ ତଥା ଶିକ୍ଷାବିତ୍ ସତ୍ୟ ଶେଖର ନାୟକ, ୟୁନିଅନର ସାଧାରଣ ସମ୍ପାଦକ ସେକ ସନୱାର, କୋଷାଧ୍ୟକ୍ଷ ସୀତାକାନ୍ତ ସାମଲ,  ଅନଙ୍ଗ ଉଦୟ ବେଉରିଆ, ରାମକୃଷ୍ଣ ଦାସ, ଗୋପାଳ ସୂତାର, ଶଙ୍କର୍ଷଣ ସାମଲ, ସୁରେନ୍ଦ୍ର ସାମଲ, ସଂଯୋଜକ ସତ୍ୟ ରଂଜନ ମଲ୍ଲିକ,  ନିମାଇଁ ଘଡାଇ, ମଇଦୁଲ ଇସଲାମ ପ୍ରମୁଖ ସାମ୍ବାଦିକ ମାନେ ଏହି ବନ୍ଧୁ ମିଳିନକାର୍ଯ୍ୟକ୍ରମରେ ଯୋଗଦେଇ ବିଞ୍ଝାରପୁର ସାମ୍ବାଦିକ ୟୁନିଅନ ଏକ ନିଆରା ଅନୁଷ୍ଠାନ, ଭାଇଚାରାରେ ବନ୍ଧା ଏହି ଅନୁଷ୍ଠାନ ସର୍ବଦା ଅନ୍ୟର ସୁଖ ଦୁଖଃରେ ସାଥି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।