ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର 

ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର 

ବାଲିକୁଦା: ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ପାଇଁ ପ୍ରଚାରକୁ ଯୋର କରିଛନ୍ତି ବିଜେଡ଼ି ପ୍ରାର୍ଥୀର୍ନୀ ବର୍ଷା ପ୍ରୀୟଦର୍ଶନୀ । ଏନଏଚ ୫୩ ବନ୍ଦରେଶ୍ୱର ଛକ ଠାରୁ ପଟୁଆରରେ ଆସି ପଲାଇ ପଞ୍ଚାୟତସ୍ଥିତ ମା’ଓଳାଶୁଣୀ ପୀଠରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରି ମା’ଙ୍କ ଆଶ୍ରୀବାଦ କାମନା କରିଥିଲେ । ପରେ ଶୋଭାଯାତ୍ରାରେ ଶୁଖୁଆପଡ଼ା, ବନ୍ଦରେଶ୍ୱର, ପଲାଇ ଆଦି ଗ୍ରାମ ବୁଲି ଲୋକମାନଙ୍କୁ ସାକ୍ଷାତ କରିବା ସହ ସମସ୍ତଙ୍କର ଆଶୀର୍ବାଦ କାମନା କରି ଭୋଟ ପ୍ରଚାର କରିଥିଲେ । ଗ୍ରାମର ବିଭିନ୍ନ ସ୍ଥାନମାନଙ୍କରେ ପ୍ରାର୍ଥୀ ବର୍ଷାଙ୍କୁ ସ୍ୱାଗତ କରିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ବଡ଼ଚଣା ବିଜୁ ଜନତା ଦଳ ୨୦ ନମ୍ବର ଜୋନର ଶ୍ରୀକାନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିର୍ବାଚନ ସଭାରେ ବର୍ଷା ପ୍ରିୟଦର୍ଶନୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବଡ଼ଚଣାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିବା ସହ ଉପସ୍ଥିତ ବିଜୁ ଜନତା ଦଳ କର୍ମୀ ଓ କର୍ମକର୍ତ୍ତାଙ୍କର ଆଶୀର୍ବାଦ କାମନା କରି ଭୋଟ ଭିକ୍ଷା କରିଥିଲେ । ସଭାରେ ସ୍ୱାଗତ ଭାଷଣ ଶାରଦା ଦାସ ଦେଇଥିବା ବେଳେ ଅତିଥି ପରିଚୟ ପଞ୍ଚାୟତ ସଭାପତି ଦେବଦତ୍ତ ସାମଲ ଦେଇଥିଲେ । ବର୍ଷାଙ୍କ ଭୋଟ ପ୍ରଚାର ସମୟରେ ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ସାମଲ, ପଲାଇ ପଞ୍ଚାୟତ ସମିତି ସଭ୍ୟା ସଂଜୁକ୍ତା ଜେନା, କୋଲଣଗିରି ସରପଞ୍ଚ ଜ୍ଞାନରଞ୍ଜନ ସାହୁ, ପଲାଇ ପଞ୍ଚାୟତର ନିର୍ବାଚନ ଅଧ୍ୟକ୍ଷ ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ସାମଲ, ପ୍ରାକ୍ତନ ସମିତି ସଭ୍ୟ ଦୀଲ୍ଲିପ କୁମାର ସାମଲ, ପ୍ରାକ୍ତନ ସରପଞ୍ଚ ସରସ୍ୱତୀ ବେହେରା, ପ୍ରାକ୍ତନ ବଡ଼ଚଣା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଦମୟନ୍ତୀ ସାମଲ, ଯଦୁନାଥ ସାମଲ, ସୁନାକର ପରିଡ଼ା, ପ୍ରଫୁଲ୍ଲ କୁମାର ପଣ୍ଡା, ଅଭିରାମ ଦେହୁରି, ସୁବ୍ରତ କୁମାର ସାମଲ, ନିତ୍ୟାନନ୍ଦ ଦାସ, ରଶ୍ମି ସାମଲ, ଅମୂଲ୍ୟ ମଲ୍ଲିକ, ନିର୍ମଳ ମହାରଣା, ବୀରେନ୍ଦ୍ର ସାମଲ, ଅଶୋକ ମଲ୍ଲିକ, ବିଜୟ ସ୍ୱାଇଁ, ସିଦ୍ଧାନ୍ତ ସାମଲ, ସତ୍ୟାନନ୍ଦ ଦାସ, ପ୍ରଶାନ୍ତ ମଲ୍ଲିକ, ଅଶୋକ ସାମଲ, ଗୌରାଙ୍ଗ ମହାରଣା, ଅନିଲ ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।