ଏଭିଏଫସିସିଏଲ ଏମଡ଼ି ଦାୟିତ୍ୱ ନେଲେ ଶିବ ପ୍ରସାଦ
ଭୁବନେଶ୍ୱର: ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡ଼ (ଏଭିଏଫସିସିଏଲ)ର ପରିଚାଳନା ନିଦେ୍ର୍ଦଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ଶିବ ପ୍ରସାଦ ମହାନ୍ତି । ଏଚୟୁଆରଏଲର ଏମଡ଼ି ଥିବା ଶ୍ରୀ ମହାନ୍ତି ଆଜି ଏଭିଏଫସିସିଏଲର ପ୍ରଥମ ବୋର୍ଡ଼ ବୈଠକରେ ବି ସାମିଲ୍ ହୋଇଛନ୍ତି । ଆସାମ ସରକାରଙ୍କ ଅତିରିକ୍ତ ମୁଖ୍ୟସଚିବ ଡକ୍ଟର ଜେବି ଏକ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡକ୍ଟର ମହାନ୍ତିଙ୍କ ସମେତ ଅଏଲ ଇଣ୍ଡିଆ, ଏନଏଫଏଲ, ବିଭିଏଫସିଏଲର ଅଧିକାରୀମାନେ ଉପସ୍ଥିତ ରହି ଏହି ଯୌଥ ଉଦ୍ୟୋଗକୁ ଆଗକୁ ନେବା ପାଇଁ ରଣନୀତି କରିଥିଲେ । ଆସାମରେ ସାର ଉତ୍ପାଦନ ବୃଦ୍ଧି, କୃଷକ ସଶକ୍ତିକରଣକୁ ଆହୁରି ମଜବୁତ୍ କରିବା ଉପରେ ଡକ୍ଟର ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି ।