ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ
ରାଜକନିକା: ଜୟନଗର ପଞ୍ଚାୟତ ନୋଡାଲ ହାଇସ୍କୁଲରେ ୩ ଦିନ ଧରି ଚାଲୁଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ ହୋଇଯାଇଛି । ଏଥିରେ ୧୯୭୪ରୁ ଆଜି ପର୍ଯ୍ୟନ୍ତ ସମସ୍ତ ପୁରାତନ ନୂତନ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଛନ୍ତି । ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥି ଭାବେ ଆଳି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇ ଏହି ସ୍ୱର୍ଣ୍ଣିମ ଉତ୍ସବକୁ ଖୁବ ପ୍ରଶଂସା କରିଥିବାବେଳେ, ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସ କୁମରବର ଦାସ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଗୁରୁତ୍ୱ ଦେବା ସହିତ ଯିଏ ମା'ର ନୁହେଁ ସେ କାହାର ନୁହେଁ ବୋଲି କହିଥିଲୋ ସମ୍ମାନିତ ଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ୨୯ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଅମିତା ସାହୁ, ଯୁବସଂଗଠକ ପବିତ୍ର ରାଉତ, ଜୟନଗର ପ୍ରାକ୍ତନ ସରପଞ୍ଚ ରବିନାରାୟଣ ବେହେରା ଏବଂ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ ସ୍କୁଲ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଇଷ୍ଟନ ବିଲଡର ଭୁବନେଶ୍ୱର ପକ୍ଷରୁ ପୁରସ୍କୃତ କରାଯାଇଥିଲାା ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ହରେଗୋବିନ୍ଦ ମଢୁଆଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ସଂତୃପ୍ତ ଦାସ ଓ ଖଗେଶ୍ୱର ପଢିହାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ, ସମ୍ପାଦକ ଡ. ଫକୀର ଚନ୍ଦ୍ର ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ ଓ ଶିକ୍ଷକ ରତିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦୀପ୍ତ ପଲାଇ, ସଞ୍ଜୟ ବିଶ୍ୱାଳ ରଞ୍ଜନ ରାଉତ, ହେମନ୍ତ ନାୟକ, ବସନ୍ତ ମଲ୍ଲିକ, ନିର୍ମଳ ପଲାଇ, ଗଙ୍ଗାଧର ବେହେରା, ନିରୋଦ ରାଉତ, ଶରତ ପଢିହାରୀ, ଗୋକୁଳି ପାଣି, ବସନ୍ତ ଦାସ, ଅଶୋକ ରାଉତଙ୍କ ସମେତ ସୁବର୍ଣ୍ଣ ଜୟନ୍ତୀ କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।