ନୃତ୍ୟରେ ସାନ୍ଭୀ ସମ୍ମାନିତ

 ବ୍ୟାସନଗର: ପୌରାଞ୍ଚଳ ମହାରଣା ପରିବାରର ସାନଭୀ ବିଶ୍ୱ ଓଡ଼ିଶୀ ଉସôବରେ ସମ୍ମାନିତ ହୋଇଛି । ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ କଲଚରାଲ ସୋସାଇଟ ଓଡ଼ିଶା ଇଣ୍ଟର ନ୍ୟାସନାଲ ଫୋରମ ଆୟୋଜନରେ ଆୟୋଜିତ ଆନ୍ତର୍ଜାତିୟ ନୃତ୍ୟ ଉସôବରେ ବ୍ୟାସନଗର ପୈାରାଞ୍ଚଳ କ୍ୟାପେଟେନ ଦିପକ ମହାରଣା ଓ ଅନୁରାଧା ମହାରଣାଙ୍କ ଝିଅ ସାନଭୀ ସମ୍ମାନିତ ହୋଇଥିଲେ । ନୃତ୍ୟ ଉସôବକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆୟୋଜିତ ହୋଇଥିଲା । ନୃତ୍ୟ ଉସôବରେ ୩ଶହରୁ ଅଧିକ ଜଣ ଓଡ଼ିଶୀରେ ଭାଗ ନେଇଥିଲେ । ସେଥିମଧ୍ୟରେ ଭାରତ ବାହାରର ତାଇୱାନ, ଜାପାନ, ଆମେରିକା, ଇଟାଲୀ, କାନାଡ଼ା, ବ୍ରିଟେନ, ବାଂଲାଦେଶ ଓ ଆଫ୍ରିକାର ନୃତ୍ୟଶିଳ୍ପୀ ସାମିଲ ହୋଇଥିଲେ । ଉସôବର ପ୍ରଥମ ଦିନ ପୌରାଞ୍ଚଳର ଓଡ଼ିଶୀ ନୃତ୍ୟ ଶିଳ୍ପୀ ସାନଭୀ ଅତି ସୁନ୍ଦର ନୃତ୍ୟ ପରିବେଶଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନା ଥାଉକି, ସାନଭୀ ଡ଼ାକ୍ତର ଗୈାରୀଶଙ୍କର ଷଢଙ୍ଗୀ ଓ ଡ଼ାକ୍ତର ସ୍ୱର୍ଗତ ବିକେମହାରଣାଙ୍କ ନାତୁଣୀ ଅଟନ୍ତି । ସାନଭୀ କଥକ ନୃତ୍ୟରେ ଜୟପୁରର ଗୁରୁ ଶ୍ରୀୟମ କିଶାନଙ୍କ ନିକଟରୁ ତାଲିମ ନେଇଥିଲେ । ପ୍ରତ୍ୟେକ ପ୍ରଦର୍ଶନୀ ଖ୍ୟାତନାମା ଗୁରୁମାନଙ୍କ ନିଦେ୍ର୍ଦଶନାରେ କୋରିଓଗ୍ରାଫ କରାଯାଇଥିଲା । ଯାହା ଏକ କଳାତ୍ମକ ପ୍ରତିଭାର ଉକôର୍ଷ ମିଶ୍ରଣକୁ ନିଶ୍ଚିନ୍ତ କରିଥିବା ବେଳେ ବଡ଼ବାପା ଆଇନଜୀବୀ ପ୍ରିୟଦର୍ଶୀ ମହାରଣା ସାନଭୀର କୃତୀତ୍ୱକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ।