ଜାତୀୟ ସୁଟିଂ ବଲ୍ ଚାମ୍ପିଅନସିପ୍ ଉଦ୍ଘାଟିତ

ପୁରୀ: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ୩ ଦିନିଆ ୪୩ତମ ସୁଟିଂ ବଲ୍ ଚାମ୍ପିଅନସିପ୍ ଉଦ୍ଘାଟିତ ହୋଇଛି । ଓଡ଼ିଶା ସୁଟିଂ ବଲ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଚାମ୍ପିଅନ୍ସିପ୍କୁ ଅତିରିକ୍ତ ଜିଲ୍ଳାପାଳଙ୍କ ପ୍ରୋଟୋକଲ ନୀଳମାଧବ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ବିକାଶ ଆମ ସମସ୍ତଙ୍କ  ଲକ୍ଷ୍ୟ ଓ ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ମତ ଦେଇଥିଲେ । ଏସିଆନ୍ ସୁଟିଂ ବଲ୍ ଫେଡ଼େରେସନର ସେକ୍ରେଟାରୀ ଜେନେରାଲ ରବୀନ୍ଦ୍ର ସିଂ ତୋମାର, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ଓଡ଼ିଶା ଅଲିମ୍ପିକ ଆସୋସିଏସନର କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ଜିଲ୍ଳା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡ଼ା ଶୃଙ୍ଖଳା ଓ ଭାଇଚାରାର ବାର୍ତ୍ତା ଦେଇଥାଏ ବୋଲି ପ୍ରକାଶ କରିଥିଳେ । ଏହାସହ କ୍ରୀଡ଼ା ପାଇଁ ତାଳବଣିଆ ପଡ଼ିଆ ଆଜି ଏକ ମିନି ଭାରତରେ ପରିଣତ ହୋଇଛି ବୋଲି କହିଥିଲେ । ପ୍ରାରମ୍ଭରେ ଆସୋସିଏସନର ସମ୍ପାଦକ ସୀତେନ୍ଦ୍ର ନାଥ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଚମ୍ପିୟାନସିପ୍ରେ ବିଭିନ୍ନ ରାଜ୍ୟର ୨୫ଜଣ ପୁରୁଷ ଓ ୨୩ଜଣ ମହିଳା ଦଳ ଅଂଶଗ୍ରହଣ କରିଛନ୍ତି ବୋଲି ଆୟୋଜକ ସୂଚନା ଦେଇଛନ୍ତି । ଏହି ଚାମ୍ପିଅନସିପ୍ ୧୯ରେ ଉଦ୍ୟାପିତ ହେବ ।