ସେଣ୍ଟ ଜାଭିଏର୍ସ ହାଇସ୍କୁଲ କ୍ରୀଡା ଉତ୍ସବ
ଜଗତସିଂହପୁର: ଜଗତସିଂହପୁର ବ୍ଲକ ପଲ୍ଲୀ ପଞ୍ଚାୟତର ମହାକାଳେଶ୍ୱର ଠାରେ ସେଣ୍ଟ୍ ଜାଭିଏର୍ସ ହାଇସ୍କୁଲ ପରିସରରେ ୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ଶିକ୍ଷକ ନେତା ଅରୁଣ ମହାରଣା ଯୋଗ ଦେଇ କ୍ରୀଡ଼ା ପତାକା ଉତୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସ୍କୁଲ ପ୍ରତିଷ୍ଠାତା ଇଂ. ସୁଧାଶୁ ଶେଖର ପଟ୍ଟନାୟକ ଯୋଗଦେଇ ପିଲାଙ୍କୁ ଉତ୍ସାହ କରିବା ସହିତ ପାଠପଢ଼ା ସହ କ୍ରୀଡ଼ାପ୍ରତି ଆଗ୍ରହ ରଖିବା ପାଇଁ ବାର୍ତ୍ତା ଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ପଲ୍ଲୀ ସରପଞ୍ଚ କୌଶଲ୍ୟା ଦାସ ପ୍ରମୁଖ ଯୋଗଦେଇଥିଲେ । ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ପୁସ୍ତକମେଳା ଉପାଧ୍ୟକ୍ଷ ବିଜୟ ରାଉତ, ସମ୍ମାନିତ ଅତିଥି ଭାରତୀୟ ଜୀବନବୀମା ନିଗମ ଶାଖା ପ୍ରବନ୍ଧକ ଦାମୋଦର ରାଉତ, ଜୀବନ ବୀମା ନିଗମର ବିଭାଗ ଅଧିକାରୀ ଅଭିମନୁ୍ୟ ପରିଡ଼ା, ମୁଖ୍ୟବକ୍ତା ଇଂ. ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ସହ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ଅନୁଷ୍ଠାନ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ବିଭୁ ପ୍ରସାଦ ବେହେରା, ବାସୁଦେବ ପ୍ରଧାନ, ଶିକ୍ଷୟିତ୍ରୀ ସୁବାଶିଷ ସେଠୀ, ରାଜଶ୍ରୀ ବସ୍ତିଆ, ପ୍ରତିଭା ନାୟକ, ସବିତା ମହାରଣାଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ ।