ମୁରଲୀଧରଙ୍କ ବିୟୋଗରେ ଶୋକ

ଜଗତସିଂହପୁର : ବର୍ଷିୟାନ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ, ପଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ତଥା ନିର୍ଭିକ ରାଜନେତା ମୁରଲୀଧର ରଥଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ ପାଇଛି । ସେ ଜଣେ ଜଣାଶୁଣା ସମାଜସେବୀ, ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା, ଅନେକ ମନ୍ଦିର ନିର୍ମାଣରେ ସହଯୋଗ, ଶିକ୍ଷାନୁଷ୍ଠାନ ଗଠନରେ ସ୍ୱର୍ଗତ ମୁରଲୀଧର ରଥଙ୍କର ବିଶେଷ ଭୂମିକା ରହିଥିଲା । ତାଙ୍କର ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ତାଙ୍କର ବିୟୋଗ କଂଗ୍ରେସ ଦଳ ସହ ସମାଜ ପାଇଁ ଅପୁରଣିୟ କ୍ଷତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିବା ସହ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଜଗତସିଂହପୁରର ପୂର୍ବତନ ସାଂସଦ ରଞ୍ଜିବ ବିଶ୍ୱାଳ, ବାଲିକୁଦାର ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜଗତସିଂହପୁର ନିର୍ବାଚନମଣ୍ଡଳୀର କଂଗ୍ରେସ କଂଗ୍ରେସ ନେତା ପ୍ରତିମା ମଲ୍ଲିକ, ହିମାଂଶୁ ମଲ୍ଲିକ, ନିରଞ୍ଜନ ନାୟକ, ନଳିନୀ କୁମାର ସ୍ୱାଇଁ, ପିନାକୀ ନାରାୟଣ ଦାସ, ପ୍ରଶାନ୍ତ କୁମାର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।