ବାଣିଜ୍ୟ ବିଭାଗର ଆଲୋଚନାଚକ୍ର
ଜଗତସିଂହପୁର: ବିଜୁ ପଟ୍ଟନାୟକ ସ୍ନାତକ କଲେଜରେ ବାଣିଜ୍ୟ ବିଭାଗ ଆଲୋଚନାଚକ୍ର ବିଭାଗୀୟ ମୁଖ୍ୟ ଉମାକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ୍ତ କୁମାର ଦାଶ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ, ସାଧନ ବ୍ୟକ୍ତିତ୍ୱ ଭାବେ ବାଲିକୁଦା ସ୍ଥିତ ବାଲିକୁଦା କଲେଜ ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଦେବବ୍ରତ ଶତପଥି ଯୋଗଦେଇ ଆଲୋଚନାଚକ୍ର ଶ୍ରୀର୍ଷକ "ଷ୍ଟକ ଏକ୍ସଚେଞ୍ଜ’ ର ଭୂମିକା ସମ୍ପର୍କରେ ସବିଶେଷ ବ୍ୟାଖା କରିବା ସହିତ ପିଲାଙ୍କ ସନ୍ଦର୍ଭ ପାଠକୁ ପ୍ରଶଂସା କରିଥିଲେ । +୩ ତୃତୀୟ ବର୍ଷ ବାଣିଜ୍ୟ ସମ୍ମାନ ଛାତ୍ରୀ ଅନ୍ୱସ୍ୱୟା ଦାସ ଓ ଯୁକ୍ତ ୩ପ୍ରଥମ ବର୍ଷ ଛାତ୍ରୀ ନିଲୋଫର ବାହାର, ଛାତ୍ର ସ୍ୱଦେଶ ବିଶାଲ ଓ ତୃପ୍ତି ରଞ୍ଜନ ମହାରଣା ନିଜ ନିଜର ସ୍ୱରଚିତ ସନ୍ଦର୍ଭ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋମ୍ୟରଞ୍ଜନ ନାୟକ, ଚନ୍ଦନ ମହାନ୍ତି, ମହମ୍ମଦ ଆଜିଜୁଲ ହସନ୍ନ, ସରୱର ଖ୍ୟାନ, ଅନୁପ କୁମାର ମହାନ୍ତି, ରୁଦ୍ର ନାରାୟଣ ଚୌଧୁରୀ ପ୍ରମୁଖ ସେମିନାର କକ୍ଷରେ ଉପସ୍ଥିତ ରହି ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ।