ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?
ଜଗତସିଂହପୁର: ମାତିଛନ୍ତି ବାଲିମାଫିଆ, ଟଙ୍କା ଲୋଭରେ ନୀତିନିୟମ ଭୁଲି ନଦୀ ଗର୍ଭରୁ କୋଟି କୋଟି ଟଙ୍କାର ବାଲି ବେଆଇନ ଭାବରେ ଚୋରା ଚାଲାଣ କରୁଛନ୍ତି । ହାଇକୋର୍ଟଙ୍କ ନିୟମ ଓ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ କିଛି ବି ଖାତିର ନକରି ନିର୍ଭୟରେ ବାଲି ଚୋରି ହେଉଛି । ଜଗତସିଂହପୁର ଜିଲ୍ଲାର ଜଇପୁର, କିଳିପାଳ, ବାଲିପାଟଣା, ପଙ୍କପାଳ, ହଂସୁରା, ଉକୁସାହି, କାଠକୋଟ ଓ ନୂଆପଡ଼ା ଅଦି ମହାନଦୀ ଓ ପାଇକା ନଦୀରୁ ଦୈନିକ ସହ ସହ ଟ୍ରିପ ବାଲି ଚୋରି ହେଉଛି । ଜଗତସିଂହପୁର ଆଳିପିଙ୍ଗଳ ଅଧିନସ୍ଥ ଦେବୀନଦୀରୁ ବେଆଇନ ବାଲି ଚାଲାଣ କରିବା ହାଇକୋର୍ଟ ନିୟମକୁ ବେଖାତିର କରି ରାତିରେ ଅନ୍ଧାରରେ ସୁଯୋଗ ନେଇ ଦେବୀ ନଦୀ, ପାଇକା ନଦୀ ଓ ମହାନଦୀକୁ ବାଲି ନିଲାମଧାରୀ ମାନେ ଟାର୍ଗେଟ କରି ନଦୀ ଗର୍ଭରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି । ଦେବୀନଦୀ, ପାଇକା ଓ ମହାନଦୀ ଗର୍ଭରୁ ବାଲି ଉଠାଣ କରାଯାଇ କୁଜଙ୍ଗ ପାରାଦ୍ୱୀପ ପର୍ଯ୍ୟନ୍ତ ଚାଲାଣ ହେଉଛି । ଯାହାଫଳରେ ରାଜସ୍ୱ ବାବଦକୁ କୋଟି କୋଟି ଟଙ୍କା ମାଫିଆ ଏବଂ ନେତାଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି । ଦୀର୍ଘଦିନ ଧରି ଏହି ବାଲିଘାଟରୁ ବେଆଇନ ଭାବେ ଦିନ ଅଧରେ ଅବାଧରେ ମେସିନ ସାହାର୍ଯ୍ୟରେ ବାଲି ଲୁଟ୍ ହେଉଛି । ସେହିପରି ହାଇୱାରେ ଆବଶ୍ୟକତା ଓଜନ ଠାରୁ ଅଧିକ ପରିମାଣରେ ବାଲି ବୋଝଇ ହୋଇ ରାସ୍ତାରେ ଯାଉଥିଲେ ସୁଦ୍ଧା ପରିବହନ ବିଭାଗର ଦୃଷ୍ଟି ନାହିଁ । ସ୍ଥାନୀୟ ତହସିଲଦାର, ତିର୍ତ୍ତୋଲ, କୁଜଙ୍ଗ ଥାନା, ଏବଂ ମାଇନ୍ସ ବିଭାଗ ଏହି ବେଆଇନ ବାଲିଘାଟ ଉପରେ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ବାଲି ମାଫିଙ୍କ ଦ୍ୱାରା କୋଟି କୋଟି ଟଙ୍କା ରାଜସ୍ୱହାନୀ ହେଉଛି । ଏହି ସବୁ ଘାଟରୁ ରାତିରେ ବାଲି ଚୋରି ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ଦାୟିତ୍ୱରେ ଥିବା ମାଇନ୍ସ ବିଭାଗ ଅଧିକାରୀ କର୍ଣ୍ଣପାତ କରୁ ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ବାଲି ଘାଟ ନିଲାମ ଯାଇଥିବା ମାଇଂନ୍ସ ବିଭାଗ ଅଧୀନରେ ଦିନରାତି ବାଲି ଚାଲାଣ ହେଉଛି, କିଏ ବାଲି କିଣୁଛି ଦିନକୁ କେତେ ଟ୍ରିପ ଯାଉଛି, ଏସବୁ ଅନଲାଇନରେ ଅପଲୋଡ଼ ହେଉଛି କି ନାହିଁ ତାହା ବି କେହି କହି ପାରୁନାହାନ୍ତି । ହାଇକୋର୍ଟ ଙ୍କ ନିୟମ ମୁତାବକ ରାତି ୯ ରୁ ସକାଳ ୭ ପର୍ଯ୍ୟନ୍ତ ବାଲିଗାଡ଼ି ରାସ୍ତାରେ ଗଡିବ, ଏଠି ପ୍ରଶ୍ନ ଉଠୁଛି ଗତ ୧ ତାରିଖ ଦିନ ସନ୍ଧ୍ୟା ୬ ଟା ସମୟରେ ତିର୍ତ୍ତୋଲ ପୋଲିସ ହାତରେ ହାଇୱା ବାଲି ଗାଡି ଧରାପଡିଥିଲା କେମିତି ଜାଣିପାରିଲେ ନାହିଁ ମାଇନ୍ସ ଅଧିକାରୀ । ସେହି ବାଲି ବୋଝେଇ ହାଇୱାକୁ ଜବତ ଘଟଣାରେ ତିର୍ତ୍ତୋଲ ଥାନା ଭାରପ୍ରାପ୍ତ ଅଧିକାରୀ ଅନିରୁଦ୍ଧ ରାଉତଙ୍କୁ ରାତିଅଧିଆ ବଦଳି କରାଯାଇଥିଲା । ବେଆଇନ ଭାବେ ଦୈନିକ ଶତାଧିକ ହାଇୱା ଗାଡ଼ିରେ ଚୋରା ଚାଲାଣ ହେଉଛି । ରାଜ୍ୟ ସରକାର ବାଲିଘାଟକୁ ତହସିଲ ଅଧୀନରୁ ଛଡ଼ାଇ ନେଇ ଖଣିବିଭାଗକୁ ହସ୍ତାନ୍ତର କରିଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।