ସ୍କୁଲରେ ମିଳିବ ୩ଟା ଅଣ୍ଡା!
ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୩ଟି ଅଣ୍ଡା ଦିଆଯିବ । ଏହାଛଡ଼ା ତିନୋଟି ପୁଷ୍ଟିସାର/ଲୌହସାର ଯୁକ୍ତ ଲଡୁ ମିଳିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଯୋଜନା କରାଯାଇଛି । ଏଥିପାଇଁ ୩୭୩ କୋଟି ଟଙ୍କା ଖର୍ଚ୍ଚ ହେବାର ଥିବାବେଳେ ୫୩.୨୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଖର୍ଚ୍ଚଦାବି ଆଲୋଚନା କାଳରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି ।