କିଟ୍ ବିରୋଧରେ ଚାଲିଛି ମିଛ ଖବର: ବକେୟା ରଖିନି ହୋଲଡ଼ିଂ ଟିକସ

 ଭୁବନେଶ୍ୱର : କିଟ୍, କିସ୍ ଏବଂ କିମ୍ସ ପଛରେ ଏବେ କିଛି ଗଣମାଧ୍ୟମ ଓ ସାମାଜିକ କର୍ମୀମାନେ ପଡ଼ିଯାଇଛନ୍ତି  । ପ୍ରତିଦିନ କିଛି କିଛି ନୂଆ ଷ୍ଟୋରୀ ତିଆରି କରି କିଟ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଓ ଅନୁଷ୍ଠାନକୁ ବଦନାମ କରିବା ପାଇଁ ହରଦମ୍ ପ୍ରୟାସ ହେଉଥିବା କରାଯାଉଛି  । ଏହି କାହାଣୀମାଳା ୱେବସିରିଜ୍ ଠାରୁ ବି କମ୍ ନୁହେଁ ବୋଲି ରୋଚକ ଚର୍ଚ୍ଚା ବି ହେଉଛି  ।
ନିକଟରେ କିଟ୍ ଏବଂ କିମ୍ସ ଅନୁଷ୍ଠାନ ବିଏମସିର ହୋଲଡିଂ ଟିକସ ବକେୟା ରଖିଛନ୍ତି ବୋଲି ଖବର ପ୍ରକାଶ କରାଯାଇଥିଲା  । କିମ୍ସର ୨ କୋଟିରୁ ଅଧିକ ଟଙ୍କା ଏବଂ କିଟ୍ର ୧ କୋଟିରୁ ଅଧିକ ଟଙ୍କାର ହୋଲଡିଂ ଟିକସ ବକେୟା ଥିବା ଖବର ପ୍ରସାରଣ ହୋଇଥିଲା  । ଯାହାର ଖୋଳତାଡ଼ ବି କେତେକ ଗଣମାଧ୍ୟମ କରିଥିଲେ  । କିନ୍ତୁ ପ୍ରକୃତ ତଥ୍ୟ ମିଳିବା ପରେ ତାହା ଏକ ମିଥ୍ୟା ଖବର ବୋଲି ଜାଣିବାକୁ ମିଳିଛି  । ବିଏମସିର ହୋଲଡିଂ ଟିକସ ବାବଦରେ କିମ୍ସ ଏବଂ କିଟ୍ର ଟଙ୍କାଟିଏ ମଧ୍ୟ ବକେୟା ନାହିଁ  । ପ୍ରତିବର୍ଷ ମାର୍ଚ୍ଚ ୩୦ରେ ହୋଲଡିଂ ଟିକସ ଦ୍ଭ ୭ ପୃଷ୍ଠାରେ...