ଖୁବଶୀଘ୍ର ପୂର୍ତ୍ତ ଡାସ୍ବୋର୍ଡ଼
ଭୁବନେଶ୍ୱର : ୧୫ ଦିନ ମଧ୍ୟରେ ପୂର୍ତ୍ତ ବିଭାଗ ଡ୍ୟାସବୋର୍ଡ଼ କରାଯିବ । ଯେଉଁଥିରେ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତୀୟ ତଥ୍ୟ ରହିବ । ଖୁବଶୀଘ୍ର ଓଡ଼ିଶା ରାଜ୍ୟ ସଡ଼କ ନୀତି ପ୍ରଣୟନ ହେବ । ରାସ୍ତା ନିର୍ମାଣରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯିବ । ଯନ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଠିକାଦାରଙ୍କ ଉପରେ ବି ପୂର୍ତ୍ତ ବିଭାଗ ନଜର ରଖିବ । ରାଜ୍ୟର ଦକ୍ଷିଣରୁ ଉତ୍ତରକୁ ସଂଯୋଗ କରିବା ପାଇଁ ମୋଟୁରୁୁ ତିରିଙ୍ଗ ପର୍ଯ୍ୟନ୍ତ ୬ ଥାକିଆ ନୂଆ ରାସ୍ତା ତିଆରି କରାଯିବ । ଭୁବନେଶ୍ୱର ସହର ମୁଖ୍ୟ ରାସ୍ତାକୁ ଭିଡ଼ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।