ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ
 
                                ଭୁବନେଶ୍ୱର : ସାରା ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି। ବସ୍ ଚଳାଚଳ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି। ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର ଆଦି ସବୁ ଜାଗାକୁ ଘରୋଇ ବସ୍ ଚଳାଚଳ ହୋଇଛି । ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ନାକେଦମ୍ ଯାତ୍ରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି । ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ଲିଖିତ ପ୍ରତିଶ୍ରୁତି ଦାବି କରି ଓଡ଼ିଶା ଡ୍ରାଇଭର ମହାସଂଘ ଏହି ଧର୍ମଘଟ ଡାକରା ଦେଇଥିଲା।
ସୂଚନାଯୋଗ୍ୟ, ଓଡ଼ିଶା ଡ୍ରାଇଭର ମହାସଂଘ ଏକ ଦାବି ତାଲିକା ପ୍ରଦାନ କରିଥିଲା। ଯେଉଁଥିରେ ଓଡ଼ିଶା ମୋଟର ପରିବହନ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ ବୋର୍ଡରେ ଅଟୋ ଡ୍ରାଇଭରମାନଙ୍କୁ ଅନ୍ତର୍ଭୁକ୍ତ କରିବା ସହ ୬୦ ବର୍ଷ ପରେ ଡ୍ରାଇଭରମାନଙ୍କ ପାଇଁ ପେନସନ ସୁବିଧା ଦାବି କରାଯାଇଥିଲା। ରାଜ୍ୟ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ଦାବିରେ ଅଡ଼ି ବସିଥିବା ସଂଘ ଗତ ରାତିରେ ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଥିଲା ।
 
 Henamanjaree Swain
                                    Henamanjaree Swain                                 
    
             
    
             
    
 
    
 
 
 
