ଡେଲାଙ୍ଗରେ ବ୍ୟାପିଛି ବାର୍ଡ଼ ଫ୍ଲୁ

ଡେଲାଙ୍ଗ : ପୁରୀ ଜିଲା ପିପିଲି ଡେଲାଙ୍ଗାରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି । ନମୁନା ପରୀକ୍ଷାରୁ ପଜିଟିଭ୍ ରିପୋର୍ଟ ଆସିବା ପରେ ଏଠାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ସ୍ପଷ୍ଟ ହୋଇଛି । ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଡେଲାଙ୍ଗର ବଡା ଆଙ୍କୁଲା ଗାଁ ଭାଇରସ୍ ର ଏପିସେଣ୍ଟର୍ ହୋଇଛି । ସଂକ୍ରମିତ ସ୍ଥାନରୁ ୧୦ କିଲୋମିଟର ମଧ୍ୟରେ ଥିବା କୁକୁଡା ଦୋକାନ ସବୁ ବନ୍ଦ କରାଯିବ ।