ସ୍ମୃତିଚାରଣ ଓ ପ୍ରତିକା ଉନ୍ମୋଚନ ସଭା
ଚାନ୍ଦବାଲି: ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ସଚ୍ଚୋଟ ଦକ୍ଷ ସମୟାନୁବର୍ତ୍ତୀ ଓ ପରାଉପକାରୀ ଉଚ୍ଚ ପଦସ୍ଥ ଅଧିକାରୀ ମଣିଷ ଭାବେ ଭାବେ ଜଣା ଶୁଣା ହଳଦିଆ ଗ୍ରାମର ସ୍ୱର୍ଗତ ନରହରି ସେଠୀଙ୍କ ସ୍ମୃତିଚାରଣ ଓ ପୁସ୍ତକ ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି । ଜଣେ ଶୃଙ୍ଖଳିତ ମିଷ୍ଠଭାସି ଓ ସହଯୋଗୀ ମଣିଷ ଭାବେ ସେ ବେଶ ଆଦୃତ ହୋଇପାରି ଥିଲେ । ତାଙ୍କ ଜନ୍ମପୀଠ ହଳଦିଆ ଗ୍ରାମରେ ଅନୁଷ୍ଠିତ ସ୍ମୃତିଚାରଣ ସଭା ଚାନ୍ଦବାଲି ବ୍ଲକ ହଳଦିଆ ଗ୍ରାମରେ ଶିକ୍ଷକ ନେତା ଓ ଯାଦବ ନେତା ପ୍ରଭାକର ପରିଡା (ପ୍ରଫୁଲ୍ଲ )ଙ୍କ ସଂଯୋଜନା ରେ ଆୟୋଜିତ ହୋଇଯାଇଛି । ସ୍ମୃତିଚାରଣ ସଭାରେ ଘଣ୍ଟେଶ୍ୱର ଡିଗ୍ରୀ କଲେଜ ସଭାପତି ଇଂ ଅଭୟ ସୁତାର ଆଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ସତ୍ୟନନ୍ଦ ରାଉତ, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସ ଓ ପୂର୍ବତନ ୪ନଂ ଜୋନର ଜିଲ୍ଲା ପରିଷଦ ପାର୍ଥି ଧୀରେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଗଗନ ବିହାରୀ ସାହୁ, ପୂର୍ବତନ ବ୍ୟାଙ୍କ ଅଧିକାରୀ ରମାକାନ୍ତ ଦାସ, ଆଇନଯଜୀବୀ ଗିରିଧାରୀ ନାଥ, ସଂଜୁତା ଭାରତୀ, ସୁଧାକର ଧନୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନରହରି ସେଠୀଙ୍କ ପ୍ରତିଛବିରେ ମାଲ୍ୟର୍ପଣ କରିବା ସହିତ ଏକ ବହି ଉନ୍ମୋଚନ କରିଥିଲେ ।