ସମାଜସେବୀଙ୍କ ବନ୍ଧୁମିଳନକୁ ନେଇ ରାଜନତିକ ଉଷ୍ଣତା

ନାଉଗାଁ  : ନାଉଗାଁ ଅଞ୍ଚଳର ଜଣାଶୁଣା ସମାଜସେବୀ ଦିପକ ବିଶ୍ୱାଳଙ୍କ ଦ୍ୱାରା ନାଉଗାଁ ସାଧୁଗୋସାଇଁ ପିଠ ଠାରେ ଏକ ବନ୍ଧୁ ମିଳନ ଉତ୍ସବ ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଛି । ଯାହାକୁ ନେଇ ନାଉଗାଁ ରାଜନୀତିରେ ଉଷ୍ଣତା ଦେଖାଦେଇଛି । ଦୀର୍ଘଦିନ ଧରି ସମାଜସେବା ଅସହାୟ ଗରିବ ବିଭିନ୍ନ ବର୍ଗର ଲୋକଙ୍କୁ ସାହାର୍ଯ୍ୟ କରି ଜଣେ ସମାଜସେବି ହିସାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୀପକ ବିଶ୍ୱାଳଙ୍କ ବନ୍ଧୁମିଳନ ଉତ୍ସବରେ ବିଭିନ୍ନ ଦଳର କିଛି ଛାମୁଆ କର୍ମୀ ଏହି ଉତ୍ସବରେ ଯୋଗଦାନକୁ ନେଇ ରାଜନୀତି ମହଲରେ ଏକ ନୂତନ ମୋଡ ନେବାରେ ଦେଖାଦେଇଛି । ସାମାଜିକ ଗଣ ମାଧ୍ୟମରେ ଜିଲ୍ଲା ସଭାପତି, ରାଜ୍ୟ ସଭାପତି ବିଜେପିର ସହିତ ଫଟୋ ଭାଇରାଲ ହେଇଥିଲାବେଳେ, ଦିପକଙ୍କ ବନ୍ଧୁମିଳନ ଆଗାମୀଦିନରେ ନାଉଗାଁ ରାଜନୀତିରେ କେଉଁ ଦଳରେ ରହି ରାଜନୀତି କରିବେ ତାହାକୁ ନେଇ ଚର୍ଚ୍ଚା ହେଉଛି । ଆଗାମୀଦିନରେ ଦୀପକଙ୍କ ସକ୍ରିୟ ଭାବେ ବିଜେପିରେ ଯୋଗଦେବନେଇ ଆଲୋଚନା ହେଉଛି । ବନ୍ଧୁମିଳନ ଉତ୍ସବ ଏବଂ ସୋସିଆଲ ମିଡିଆରେ ଦୀପକ ଫଟୋ ସହିତ ରାଜ୍ୟସଭାପତି ମନମୋହନ ସାମଲ ଓ ଜିଲ୍ଲା ସଭାପତି ପ୍ରତାପ ମିଶ୍ରଙ୍କ ଫଟୋ ଘୂରିବୁଲିବାକୁ ନେଇ ନାଉଗାଁ ରାଜନୀତିରେ ଉସ୍ମତା ଦେଖାଦେଇଛି । କାର୍ଯ୍ୟକ୍ରମରେ ସମାଜସେବୀ ଦିପକ ବିଶ୍ୱାଳଙ୍କ ସହିତ ପ୍ରକାଶ ଚନ୍ଦ୍ର ଜେନା, ଭିକାରୀ ଚରଣ ସ୍ୱାଇଁ, ବିନୟ ଭୂଷଣ ମହାପାତ୍ର, ମିହିର ପାଲ, ସହଦେବ ପାଲ, ଗଣେଶ ମୁଦୁଲି, ଦୀପକ ଜେନା, ନିତ୍ୟାନନ୍ଦ ବିଶ୍ୱାଳ, ବିବେକାନନ୍ଦ ବାରିକ, ସନାତନ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ନାଉଗାଁ ଅଞ୍ଚଳର ଶତାଧିକ ଲୋକ ଶ୍ରୀବିଶ୍ୱାଳଙ୍କ ସମର୍ଥକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଶ୍ରୀ ବିଶ୍ୱାଳଙ୍କ ଲୋକପ୍ରିୟତା ଏବେ ସମଗ୍ର ନାଉଗାଁ ଅଞ୍ଚଳରେ ବଢିବାରେ ଲାଗିଛି । ତେବେ ଶ୍ରୀ ବିଶ୍ୱାଳଙ୍କ ସମର୍ଥକମାନେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅଞ୍ଚଳର ଉନ୍ନତି ଦିଗରେ ସାମିଲ ହେବାକୁ ସମର୍ଥକ ମାନେ ନିବେଦନ କରିଛନ୍ତି ।