ସମାଜକୁ ଲେଖକମାନେ ପରିବର୍ତ୍ତନ କରିପାରିଥାନ୍ତି
ଭୁବନେଶ୍ୱର : ସାହିତ୍ୟ ସବୁବେଳେ ସମାଜରେ ପରିବର୍ତ୍ତନ ଆଣିଥାଏ । ସାହିତ୍ୟ ସମାଜକୁ ବାଟ ଦେଖାଏ ପ୍ରତ୍ୟେକ ଲେଖକ ଓ କବିଙ୍କର ସାରସ୍ୱତ ସୃଷ୍ଟି ସମାଜ ପାଇଁ ଦିଗବାରେଣୀ ଭଳି ମାର୍ଗ ଦର୍ଶକ ହୋଇଥାଏ । ଯେତେବେଳେ ସମାଜ କୌଣସି ଲେଖାରେ ପ୍ରଭାବିତ ହୁଏ ସେତେବେଳେ ତାହାକୁ ହିଁ ଲେଖକୀୟ ସଫଳତା ବୋଲି କୁହାଯାଏ । ମଇ ପହିଲାରେ ‘ପ୍ରଗତିବାଦୀ’ର ଜନ୍ମଦିନରେ ଆୟୋଜିତ ସାରସ୍ୱତ ସମାରୋହରେ ବହୁ ବିଶିଷ୍ଟ ଅତିଥ୍ଖ ଉପରୋକ୍ତ ମତ ପ୍ରକାଶ କରିଛନ୍ତି । ପ୍ରଗତିବାଦୀର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଓଡିଶାରୁ ଆସିଥିବା ପ୍ରଗତିବାଦୀ ପ୍ରତିନିଧି ମାନଙ୍କର ଏକ ଭେଟଭାଟ ହୋଇଥିବା ବେଳେ ଅପରାହ୍ନରେ କବିତା ପାଠୋସôବ, ସାହିତ୍ୟ ଚର୍ଚ୍ଚା, ପୁସ୍ତକ ଉନ୍ନମୋଚନ ଓ ସାରସ୍ୱତ ସମ୍ବର୍ଦ୍ଧନା ସମାରୋହର ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟର ସବୁ ଅଞ୍ଚଳରୁ ସାହିତ୍ୟିକ , ସାମ୍ବାଦିକ, କବି, ଲେଖକ, ବିତରକ ଓ ପାଠକ ଯୋଗଦେଇଥିାଲେ ।
ମୁଖ୍ୟ ବକ୍ତା ଭାବରେ ସାହିତ୍ୟିକ ତଥା ରାଜନେତା ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଏବଂ ଅନ୍ୟତମ ବରେଣ୍ୟ ଅତିଥ୍ଖ ଭାବରେ ଗାଳ୍ପିକ ତଥା ଅନୁବାଦକ ରାଧୁ ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ ଡକ୍ଟର ଅରୁନ୍ଧତୀ ଦେବୀ କହିଥିଲେ ସମାଜରେ ଭଲ ମଣିଷ ଗଢିବା ପ୍ରତ୍ୟେକଙ୍କର କାର୍ଯ୍ୟ ହେବା ଉଚିତ । ଆମେ ନିଜେ ଭଲ ହୋଇ ଅନ୍ୟକୁ ଭଲ ହେବାରେ ସହାୟକ ହେବାର ଆବଶ୍ୟକତା ରହିଛି । ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦୁ୍ୟମ୍ନ ବଳ ଜଣେ ଆଦର୍ଶ ପୁରୁଷ ଥିଲେ, ସତ୍ୟ, ନ୍ୟାୟ , ମୂଲ୍ୟବୋଧ ଏବଂ ନିର୍ଭୀକତା ତାଙ୍କର ବିଶେଷ ଗୁଣ ଥିଲା । ସେହିପରି ଭଲ ମଣିଷଙ୍କର ସବୁବେଳେ ସମାଜରେ ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯାଗେଦେଇ ଡକ୍ଟର ଅରୁଣ ସାହୁ କହିଛନ୍ତି ସମାଜକୁ ଲେଖକମାନେ ହିଁ ପରିବର୍ତ୍ତନ କରିପାରିଥାନ୍ତି । ଲେଖାହିଁ ସମାଜକୁ ପ୍ରଭାବିତ କରିଥାଏ । ଯେଉଁ ଲେଖା ସମାଜକୁ ପ୍ରଭାବିତ କରେ ତାହା ଶ୍ରେଷ୍ଠ ସାରସ୍ୱତ କୃତି ବୋଲି ଆମେ କହିବା ବୋଲି ନିଜ ଅଭିଭାଷଣରେ କହିଥିଲେ । ସମାରୋହରେ ପ୍ରଦୁ୍ୟମ୍ନ ବଳଙ୍କ ଦ୍ୱାରା ଲିଖତ କିଛି କବିତାକୁ ନେଇ ପ୍ରକାଶ ପାଇଥ୍ଖବା ସଂକଳନ ‘ପରିଭାଷାର’ ହିନ୍ଦୀ ସଂସ୍କରଣ ଉନ୍ନମୋଚନ କରାଯାଇଥିଲା । ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମାରୋହରେ ପ୍ରଗତିବାଦୀର ପ୍ରତ୍ୟେକ ଲେଖକ, ଲେଖିକା , କବି ଓ ଗାଳ୍ପିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।