ଗଣେଶ ପୂଜା ପ୍ରସ୍ତୁତି ବୈଠକ
ଆନନ୍ଦପୁର : ଆଗାମୀ ଗଣେଶ ପୂଜା କିପରି ସୁରୁଖୁରୁରେରେ ସମ୍ପାଦନ କରାଯାଇପାରିବ ସେ ନେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । କ୍ଲବ୍ ସଭାପତି ନିଶିତ ମିଶ୍ରଙ୍କ ସଭାପତିତ୍ୱରେ ବୈଠକରେ ଚଳିତ ବର୍ଷ ପୂଜାକୁ କିପରି ଆକର୍ଷଣୀୟ କରିବା ସହ ଭାଷାଣୀ ଶୋଭାଯାତ୍ରା ରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ବିଗତ ବର୍ଷ ଭାଷାଣୀ ଶୋଭାଯାତ୍ରା ସମୟରେ ଥାନା ନିକଟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଭାଷାଣୀ ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ଉପରେ ଦୃଷ୍ଟି ରଖିବାକୁ କ୍ଲବ ପକ୍ଷରୁ ନିବେଦନ କରାଯାଇଛି । ବୈଠକରେ ସଦସ୍ୟ ଦେବ ରଞ୍ଜନ ସାହୁ, ରାଜାପ୍ରଭୁ ଦାସ, ଉପସଭାପତି ରାକେଶ ବେହେରା, ସମ୍ପାଦକ ସୋମ୍ୟ ମଲ୍ଲିକ, ସଦସ୍ୟ ସୋମନାଥ ମିଶ୍ର, ଫୁକୁଲ ଦାସ, ଅଶୋକ ସେଠୀ, ସାହିଲ ମଲ୍ଲିକ, ସୌରଭ ପରିଡା, ପିଙ୍କୁ ଦାସ, ଜଗମାହନ ମୁଖୀ, ସିକୁଲ ଦାସ, ପ୍ରିୟବ୍ରତ ସାହୁ, ଦେବ ମିଶ୍ର, ସୁମତୀ ପଣ୍ଡା, ଜଗା ରଣା, ମଙ୍ଗୁଳୁ ରଣା, ରବି ଆପଟ, ଶୁଭମ ରାଜ, ସୌମ୍ୟଜିତ ମିଶ୍ର, ବାପୁନ ମହାକୁଡ଼, ବଣ୍ଟି ମୁଖୀ, ବିକାଶ ଜେନା, କାଳିଆ ଦାସ, ରୁପମ ରାଜ ପ୍ରମୁଖ ଉପସ୍ଥିତ ଥିଲେ ।