ସ୍ଵାସ୍ଥ୍ୟ ପାଇଁ ହିତକର ସୋରିଷ ଶାଗ

ସ୍ଵାସ୍ଥ୍ୟ ପାଇଁ ହିତକର ସୋରିଷ ଶାଗ

 ଶୀତ ଋତୁରେ ସୋରିଷ ଶାଗ ଖାଇବା ଅତ୍ୟନ୍ତ ଲାଭଦାୟକ। ସୋରିଷ ଶାଗରେ ଅନେକ ପ୍ରକାରର ଭିଟାମିନ୍ ରହିଛି । ବିଶେଷ କରି ଆଣ୍ଟିଅକ୍ସିଡାଣ୍ଟ,ପୋଟାସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ବି 12, ସି, ଡି, କ୍ୟାଲସିୟମ୍, ଆଇରନ୍  ଏବଂ ମ୍ୟାଗ୍ନେସିୟମ୍ ଭଳି ଉପାଦାନ ସୋରିଷ ଶାଗରୁ ମିଳିଥାଏ। ଯାହା କର୍କଟ ଭଳି ଅନେକ ରୋଗରୁ ରକ୍ଷା କରିଥାଏ ବୋଲି ବିବେଚନା କରାଯାଏ । ସୋରିଷ ଶାଗରେ ଭିଟାମିନ୍- ଏ  ପ୍ରଚୁରପରିମାଣରେ ରହିଥାଏ । ସୋରିଷ ଶାଗରେ ଏପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ଆଖି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।  ସୋରିଷ ଶାଗ ଖାଇବା ଭଲ ଦୃଷ୍ଟି ଶକ୍ତି ଉପରେ ସୁ ପ୍ରଭାବ ପଡିଥାଏ । ସୋରିଷ ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ବିଶେଷ କରି ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଶୀତଦିନେ ସୋରିଷ ଶାଗ ଖାଇବା ଦ୍ୱାରା ହୃଦୟ ଉପରେ ସୁ ପ୍ରଭାବ ପଡିଥାଏ । ସୋରିଷ ଶାଗରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଏହା ବ୍ୟତୀତ ସୋରିଷ ଶାଗ ଖାଇବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହୋଇଥାଏ । ସୋରିଷ ଶାଗ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିଥାଏ । ସୋରିଷ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଅତ୍ୟନ୍ତ ଲାଭଦାୟକ । ନିୟମିତ ଶୋରିଷ ଶାଗ ଖାଇବା ଦ୍ୱାରା ଅନେକ ଶରୀରଠୁ କିଛି ରୋଗ ଦୂରରେ ରହିଥାଏ । ଶୀତ ଋତୁରେ ସୋରିଷ ଶାଗ ଖାଇବା ଦ୍ୱାରା କର୍କଟ ଭଳି ବିପଜ୍ଜନକ ରୋଗକୁ ମଧ୍ୟ ଏଡାଯାଇପାରେ ବୋଲି ସାଧାରଣରେ ବିଶ୍ୱାସ ରହିଛି ।