ସ୍ୱାଦ ଚାଖିପାରିଲେନି ବବିତା...

ସବୁଠୁ କମ ବ୍ୟବଧାନରେ ବିଜୟ ଦେଖିବାକୁ ମିଳିଥିଲା ଗତ ନିର୍ବାଚନରେ ବିଞ୍ଝାରପୁରରେ । ୨୦୨୪ପ୍ରମିଳାଙ୍କ ପାଇଁ ଯେତିକି ଉତ୍ସାହଜନକ ଥିଲା ସେତିକି ଯନ୍ତ୍ରଣାଦାୟକ ଥିଲା । ରାଜ୍ୟର ପ୍ରଥମ ମହିଳା ବାଚଷ୍ପତି ହେବାର ସୌଭାଗ୍ୟକୁ ଦେଖିଥିବା ପ୍ରମିଳା ବର୍ଷର ମଧ୍ୟାହ୍ନରେ ଏକ ସାମ୍ଭାବ୍ୟ ପରାଜୟର ପାଖରୁ ଅଳ୍ପକେ ବର୍ତିବା ଥିଲା ରାଜନୀତି ପାଇଁ ସବୁଠାରୁ ବଡ ଘଟଣା । ବିଜେପି ପ୍ରାର୍ଥି ବବିତା ମଲ୍ଲିକ ପ୍ରମିଳାଙ୍କୁ ଦେଇଥିଲେ କଡ୍ଡା ଟକ୍କର ଆଉ ବିଜେପିର ଅମୀୟ ମଲ୍ଲିକଙ୍କ ନିରବତା ପ୍ରମିଳାଙ୍କୁ ବିଜୟୀ ହେବାରେ ସହାୟକ ହୋଇଥିଲା । ଏହାରି ମଧ୍ୟରେ ଅଦିନିଆ ବର୍ଷା ପାଇଁ ଫସଲ ନଷ୍ଟ ଯୋଗୁ ଚାଷୀ ମୃତୁ୍ୟ ଠାରୁ ବବିତାଙ୍କ ପ୍ରତ୍ୟକ ପ୍ରସଙ୍ଗରେ ବିରୋଧ ପ୍ରମିଳାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଚାଲିଛି । ବିଜୟୀ ହୋଇ ମଧ୍ୟ ବିଜୟର ସ୍ୱାଦ ଠିକ ଭାବରେ ଚାଖି ପାରୁ ନଥିବା ପ୍ରମିଳା ଅନେକ ସମୟରେ ଶାସକ ଦଳକୁ ମଧ୍ୟ କଡ଼ା ସମାଲୋଚନା କରୁଛନ୍ତି ।