ସଫଳତା ଦେଲା ଆକାଶଙ୍କ ସବୁଜ ମିଶନ...

ବର୍ଷ ୨୦୨୪ରେ କୋରେଇ ନିର୍ବାଚନ ମଣ୍ଡଳୀରେ ଶୁଣିବାକୁ ମିଳିଥିଲା ମା ମାଟି ଆଉ ସ୍ୱାଭିମାନର ସ୍ୱର । ବବି ଦାସଙ୍କ ମା’ସନ୍ଧ୍ୟାରାଣୀ ଦାସ ଏବଂ ଆକାଶ ଦାସନାୟକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଯୋରଦାର ଲଢେଇ । ବିଜେଡି ଟିକେଟରୁ ବଞ୍ଚିତ ହେବାପରେ ଆକାଶ ବିଜେପିରେ ସାମିଲ ହୋଇ ବିଧାୟକ ଟିକେଟ ହାତେଇ ନେଲେ । ଆଉ ଦେଖାହେଲା ଆକାଶଙ୍କ ଏଣ୍ଟ୍ରି ପରେ ବିଶ୍ୱଜିତ୍ ନାୟକ ଏବଂ ଆଲେକଜାଣ୍ଡାର ଦାସ ବିଜେପି ଛାଡି ବିଜେଡିରେ ସାମିଲ ହୋଇଗଲେ । କିନ୍ତୁ କୋରେଇବାସୀ ଆକାଶଙ୍କୁ ବିଜୟୀ କରାଇଲେ । ଆକାଶଙ୍କ ପ୍ରତି ଅବିଚାରକୁ କୋରେଇବାସୀ ପସନ୍ଦ କରିନଥିଲେ ବୋଲି କୁହାଗଲା । କିନ୍ତୁ ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସନାୟକ ନିର୍ବାଚନ ଲଢିବାକୁ ୨୪ ପ୍ରାରମ୍ଭରୁ ପ୍ରସ୍ତୁତି ଚଲାଇଥିଲେ । ଗାଁ ଗାଁ ଗଛ ଲଗାଇବା ଭଳି କାର୍ଯ୍ୟକ୍ରମ ଆଧାରରେ ଆରମ୍ଭ କରିଥିବା ସବୁଜ ମିଶନ ତାଙ୍କୁ ସଫଳତା ଦେଇଥିଲା । ଭଦ୍ର, ନମ୍ର ଆଉ ଅନୁଭବୀ ଆକାଶଙ୍କୁ ଦଳ ମତ ନିର୍ବିଶେଷରେ ସମର୍ଥନ ଦେଲେ କୋରେଇବାସୀ ।କୋରେଇରେ ବିକାଶ ହେବ କୋରେଇ ପୁଣିଥରେ ଆଗରେ ରହିବ ଏଆଶା ଆକାଂକ୍ଷାକୁ କେତେଦୁର ଆକାଶ ପୁରଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।