ହସପିଟାଲରୁ ଫେରିଲେ ନବୀନ : କଥାହେଲେ ମୋଦି ଓ ଖଡ଼ଗେ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ହସପିଟାଲରୁ ଡିସଚାର୍ଜ ଦେଇଛନ୍ତି  । ସେ ସମ୍ପୂର୍ଣ୍ଣ ଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି  । ଅପରପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନ୍ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଛନ୍ତି  । କିଛିଦିନ ବିଶ୍ରାମ ନେବା ପାଇଁ ସେ ପରାମର୍ଶ ଦେବା ସହ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି  । କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେ ଆଜି ସନ୍ଧ୍ୟାରେ ଫୋନ୍ ଯୋଗେ ନବୀନଙ୍କ ସହ କଥା ହୋଇଥିଲେ  । ସେ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଥିଲେ  ।