ଶତାୟୁ ମହିଳାଙ୍କ ପରଲୋକ


 ଯାଜପୁର ଟାଉନ୍ : କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ହୃଦ୍ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡ.ସତ୍ୟନାରାୟଣ ରାଉତରାୟଙ୍କ ମାତା ଶତାୟୁ ମହିଳା ବସନ୍ତ କୁମାରୀ ରାଉତରାୟ ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୧୦୨ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମପ୍ରାଣା, ପରୋପକାରିଣୀ, ସ୍ନେହଶୀଳା ଆଦର୍ଶ ମହିଳା ଭାବେ ଅଞ୍ଚଳରେ ପରିଚତ ଥିଲେ । ଖବର ପାଇ ଡ.ପ୍ରସନ୍ନଜିତ ମହାନ୍ତି, ଡ.ଦୀପକ ରଞ୍ଜନ ଦାସ ପ୍ରମୁଖ ତାଙ୍କ ସିଡିଏ ସ୍ଥିତ ବାସଭବନରେ ପହଞ୍ଚି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରୁ ତାଙ୍କ ନିଜ ଗ୍ରାମ ଯାଜପୁର ନିକଟବର୍ତ୍ତୀ ହୀରାପୁର ଅଣାଯାଇ ଶବଦାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଆଧ୍ୟାତ୍ମବାଦୀ ସୁଧୀର କୁମାର ପଣ୍ଡା, ଘନ ପରିଡ଼ା, ଅରୁଣ କୁମାର ରାଉତରାୟ, ପ୍ରମୋଦ କୁମାର ନାୟକ ସମେତ କନିଷ୍ଠ ପୁତ୍ରବଧୂ  ଡ.ଶସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲ । ବଡ଼ପୁଅ ପାରାଦ୍ୱୀପ ପୋର୍ଟର ପ୍ରାକ୍ତନ ଅର୍ଥନୈତିକ ଉପଦେଷ୍ଟା ରବିନାରାୟଣ ରାଉତରାୟ ମୁଖାଗ୍ନି ଦେଇଥିଲେ । ଜ୍ଞାତି ପରିଜନ ନାତି ନାତୁଣୀଙ୍କ ସମେତ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।