ଓଏଏସ ଟପଟେନ୍‌

OAS result

ଓଏଏସ ଟପଟେନ୍‌

ବାହାରିଲା ଓସିଏସ ଫଳ
ଶ୍ୱେତାଶ୍ରୀ ଟପ୍ପର
୬୮୩ କୃତକାର୍ଯ୍ୟ, ୨୫୮ ମହିଳା


ଓଏଏସ ଟପଟେନ୍‌
୧. ଶ୍ୱେତାଶ୍ରୀ ମହାପାତ୍ର
୨. ପ୍ରିଙ୍କିଲି ପରବିନ୍‌ ପରିଡ଼ା
୩. ଦୀପ୍ତିରଞ୍ଜନ ପତି
୪. ପ୍ରଜ୍ଞା ପାରଙ୍ଗମ
୫. ଆଜାଦ୍‌ କୁମାର ସାହୁ
୬. ଦୀପମ ରାଉତ
୭. ଦେବବ୍ରତ ଗୌଡ଼
୮. ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ
୯. କପିଳ କୁମାର ମହାନ୍ତି
୧୦. ଅମ୍ରିତା ସାହୁ


ଭୁବନେଶ୍ୱର : ଓଏଏସ ଟପ୍ପର ହୋଇଛନ୍ତି ଶ୍ୱେତାଶ୍ରୀ ମହାପାତ୍ର  । ପ୍ରଥମ ଦଶ ସ୍ଥାନକୁ ପୁରୁଷ ଓ ମହିଳା ସମାନ ଭାବରେ ବାଣ୍ଟି ନେଇଛନ୍ତି  । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୨ରେ ୬୮୩ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ୍‌ କରାଯାଇଛି  । ଯେଉଁଥିରେ ୨୫୮ ଜଣ ମହିଳା ଅଛନ୍ତି  । 

ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲି ସର୍ଭିସ ପରୀକ୍ଷା ଫଳ  । ଏହି ପରୀକ୍ଷା ପାଇଁ ୯୨୯୧୪ ଜଣ ଆବେଦନ କରିଥିଲେ  । ସେମାନଙ୍କ ମଧ୍ୟରେ ୩୪୭୧୨ ଜଣ ମହିଳା ଥିଲେ  । ପ୍ରାରମ୍ଭିକ ପରୀକ୍ଷାରେ ୮୨୨୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ  । ଓଡ଼ିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷାର ଲିଖିତ ପରୀକ୍ଷାରେ ୧୩୬୭ ଜଣ କୃତକାର୍ଯ୍ୟ ହୋଇଥିଲେ  । ଦସ୍ତାବିଦ୍‌ ଯାଞ୍ଚ ଓ ସାକ୍ଷାତକାର ପରୀକ୍ଷା ପରେ ୬୮୩ ଜଣ ପ୍ରାର୍ଥୀଙ୍କ ନାମ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ନିଯୁକ୍ତି ପାଇଁ ସୁପାରିଶ୍‌ କରାଯାଇଛି  ।

ଅଣସଂରକ୍ଷିତ ବର୍ଗରେ ୩୮୭, ଏସଇବିସି ବର୍ଗରେ ୭୧, ଏସସି ବର୍ଗରେ ୮୯ ଓ ଏସଟି ବର୍ଗରେ ୧୩୬ ଜଣଙ୍କୁ ଚୟନ କରାଯାଇଛି  । ସେହିପରି ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡ଼ାବିତ୍‌ ବର୍ଗରେ ୧, ଶାରୀରିକ ଅକ୍ଷମ ବର୍ଗରେ ୨୩ ପ୍ରାର୍ଥୀଙ୍କୁ ସୁପାରିଶ୍‌ କରାଯାଇଛି  ।