ମୁଖ୍ୟମନ୍ତ୍ରୀ ଦେବେ ଟଙ୍କା ? କେଉଁ ଘର ପାଇଁ କେତେ  ?

flood in odisha

ମୁଖ୍ୟମନ୍ତ୍ରୀ ଦେବେ ଟଙ୍କା ? କେଉଁ ଘର ପାଇଁ କେତେ  ?

ବାଲେଶ୍ୱର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି  । ଏହି ନିଷ୍ପତ୍ତି ଅନୁଯାୟୀ, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧ ଲକ୍ଷ ୨୦ ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦  ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪ ହଜାର ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ  । 

ପରିବାରଙ୍କର ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲେ କିମ୍ବା ୨ ଦିନ ଧରି ବନ୍ୟାଜଳରେ ବୁଡି ରହିଥିଲେ ଲୁଗାପଟା ପାଇଁ ୨୫ ଶହ ଟଙ୍କା ଓ ବାସନ କୁସନ ପାଇଁ ୨୫ ଶହ ଟଙ୍କା ଆର୍ଥିକ ସହାୟତାରାଶି ଯୋଗାଇ ଦିଆଯିବ  ।