ହାତୀ ଆକ୍ରମଣରେ ପାରାଗାର୍ଡଙ୍କ ମୃତୁ୍ୟ ଘଟଣା : କ୍ଷତିପୂରଣ ଦାବିରେ ଶବ ରଖି ମୁଖ୍ୟରାସ୍ତା ଅବରୋଧ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୩୫ ଟିକିଆ ହାତୀପଲ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଏକ ଦନ୍ତା ହାତୀ ଘୁଷୁରାମୁଣ୍ଡା ଗ୍ରାମର ପାରାଗାର୍ଡ ଓଙ୍କାରୀ ବାଗ(୩୫)ଙ୍କୁ ଆକ୍ରମଣ କରିବାରୁ ତାଙ୍କର ଆକସ୍ମିକ ମୃତୁ୍ୟ ଘଟିଥିଲା  । ପାଟଣାଗଡ଼ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ବୁଧବାର ମୃତଦେହ ଗାଁକୁ ପହଞ୍ଚିଥିଲା  । ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ମୃତଦେହ ରଖି ପରିବାର ଓ ଗ୍ରାମବାସୀ ମୁରିବାହାଲ-ଟିକ୍ରାପଡ଼ା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ  । ବନ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ତାଙ୍କ ପନôୀଙ୍କୁ ନର୍ସରୀରେ ୱାଚର ରୂପେ ନିଯୁକ୍ତି, ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ, ଯାହା ପେନସନ ସୁବିଧା ଅଛି ଦିଆଯିବା ତଥା ଦୁଇ ସନ୍ତାନଙ୍କୁ ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ସହଯୋଗ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା  । ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ରେଞ୍ଜର ଶିବ ପ୍ରସାଦ ନାଏକ ୨୦ହଜାର ଟଙ୍କା, ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଓ ସମାଜସେବୀ ଗିରିଧାରୀ ମହାନନ୍ଦଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା  । ବଲାଙ୍ଗିର ଡିଏଫ୍?ଓଙ୍କ ନିଦେ୍ର୍ଦଶରେ ବନ ବିଭାଗରୁ ମୁରିବାହାଲ ରେଞ୍ଜର ଶିବ ପ୍ରସାଦ ନାଏକ, ଟିଟିଲାଗଡ ରେଞ୍ଜର ସଚିଦାନନ୍ଦ ସୁବୁଦ୍ଧି, ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତୀ, ଘନଶ୍ୟାମ ପଶାୟତ, ଅଶୋକ ନାଏକ ଓ ରଞ୍ଜିତ ସିଂଦେଓଙ୍କ ସହ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ  । ସେହିପରି ମାଜଷ୍ଟ୍ରେ୍ରଟ ଦାୟିତ୍ୱରେ ତହସିଲଦାର ଜଗଦୀଶ କର୍ତ୍ତାମୀ, କଣ୍ଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ଜିଲ୍ଲା ବିଜେପି ସଭାପତି ଶ୍ରୀବସô ବେହେରା, ଗୁଡିଘାଟ ସରପଞ୍ଚ ପ୍ରତିନିଧି ଗିରିଧାରୀ ମହାନନ୍ଦ, ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର, ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀଙ୍କ ସହ ସମସ୍ତ ସଦସ୍ୟ, ରାଜୀବ ମହାନ୍ତି, ମକୁନ୍ଦ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ  । ମୃତ ଓଙ୍କାରୀଙ୍କ ପରିବାରର ଗୋବର୍ଦ୍ଧନ ବାଗ, ଲିଙ୍ଗରାଜ ବାଗ, ହେମନ୍ତ ବାଗ, ଚଞ୍ଚଳ ବାଗ, ପିତାମ ବାଗ, ଜୟପ୍ରକାଶ ବାଗ, ବିଦ୍ୟାଧର ସାହୁ, ନୃପ ମେହେର, ଅଙ୍ଗଦ ଭୋଇ, ଧନେଶ୍ୱର ଭୋଇ, ରୁବାନ ବାଗ, ହରମୋହନ ମହାନନ୍ଦ, ଗୋପାଳ ବାଗ, ଫାଲଗୁନି ହାତୀ ଓ ବିଦ୍ୟାଧର ହାତୀଙ୍କ ସହ ସମସ୍ତ ଗ୍ରାମବାସୀ ରାସ୍ତା ଅବରୋଧରେ ସାମିଲ ହୋଇ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ଦାବୀ କରିଥିଲେ  । ମୃତ ଓଙ୍କାରୀ ଘଟଣାସ୍ଥଳରେ ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ହାତୀ ଘଉଡାଇବା ଦାୟିତ୍ୱରେ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ  । ହାତୀ ଆକ୍ରମଣ କରିଥିବା ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ କର୍ମଚାରୀ ପାଟଣାଗଡ ଉପଖଣ୍ଡ ଚିକିସôାଳୟକୁ ନେଇଥିଲେ  । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମୃତ ଓଙ୍କାରୀ ବିବାହିତ ହୋଇଥିବା ବେଳେ ଘରେ ତାଙ୍କର ସ୍ତ୍ରୀ ପଦ୍ମାବତୀ ଓ ଦୁଇ ସନ୍ତାନ ଅଛନ୍ତି  । ଏହା ପୂର୍ବରୁ ହାତୀପଲ ପ୍ରଥମେ ୧୩, ୯, ୪୪ ଓ ଏବେ ୩୫ ଟିକିଆ ଦଳରେ ଆସି ଦୀର୍ଘ ଦିନରୁ ଏହି ରେଞ୍ଜ ଅଞ୍ଚଳରେ ରହିଯାଇଥିବା ବେଳେ ପୂର୍ବରୁ ଏହି ରେଞ୍ଜ ଅଞ୍ଚଳରେ ବହୁ ଧାନ, ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିସାରିଛନ୍ତି  । ଜଙ୍ଗଲ ବିଭାଗର ଗୁରୁତର ଦାୟୀତ୍ୱହୀନତା ଯୋଗୁଁ ଶେଷରେ ଅକାଳରେ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ଜୀବନ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ  । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଘୁଷୁରାମୁଣ୍ଡା ଗ୍ରାମବାସୀ ଦୃଢ଼ ଦାବୀ କରି ସ୍ଲୋଗାନ ଦେଇଥିଲେ  । ଏନେଇ ମୁରିବାହାଲ ବନ ବିଭାଗ କର୍ମଚାରୀଙ୍କ ଏତଲା ଆଧାରରେ ପାଟଣାଗଡ ଥାନାରେ କେଶ ନଂ ୭/୨୫ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି  । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଶୀଘ୍ର ହାତୀପଲକୁ ଘଉଡାଇବା ସହିତ ବିଦୁ୍ୟତ ଯୋଗାଣ ଓ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି  ।