ସଦ୍ଭାବନା ସାଇକେଲ ଯାତ୍ରା

 ବଲାଙ୍ଗିର:  ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ଅବସରରେ ଦୁଇ ଦିନିଆ ସଦ୍ଭାବନା ସାଇକେଲ ଯାତ୍ରା ସଦ୍ଭାବନାର ବାର୍ତ୍ତା ପ୍ର·ର କରି ବଲାଙ୍ଗିର ଫେରି ଆସିଛନ୍ତି । ଏହି ସାଇକେଲ ଯାତ୍ରାକୁ ତେଲିଗୋଠପଡା ରାଧାକୃଷ୍ଣ ମନ୍ଦିରରୁ ଦାମୋଦର ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ସାଇକଲ ଯାତ୍ରୀମାନେ କିରାବାହାଲ, ଖଲିଆପାଲି, ବଘାପାଲି, ପିପ୍ଲି, ବଂଜାରୀ ଓ କୁଶଙ୍ଗ ରେ ରାତ୍ରି ରହଣି କରିଥିଲେ । ପର ଦିନ ବୁରୋମୁଣ୍ଡା, ତଲିଉଡାର, ଫଟାବାହାଲ, ଜାମୁଟିଆ, ଚନ୍ଦନଭାଟି, କଅଗାଁ, କନ୍ଧପାଲିପଡା, ବରପାଲିପଡା, ବ୍ରାହ୍ମଣପଡା ଦେଇ ବଲାଙ୍ଗିର ଫେରି ଆସିଥିଲେ । ଏହି ସାଇକଲ ଯାତ୍ରା ସଂପାଦକ ମଧୁ ସାହୁ ଓ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଓ ଧିରେନ୍ଦ୍ର ନାରାୟଣ ସିଂଦେଓ ଓ ସୁନାଧର ବନଛୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସାଇକଲ ଯାତ୍ରାରେ ଦୁର୍ଗା ଚରଣ ସାହୁ, ଅରୁଣ ଖୁଆସ, କହ୍ନେଇ ଭରାସାଗର, ଅଶୋକ ରାୟ, ସୁଧାଂଶୁ ନାୟକ, ଭୀମସେନ ସାହୁ, ଡ. ଭବାନୀ ଶଙ୍କର ପଟେଲ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ରାମ ଶଙ୍କର ଶତପଥୀ, ରିଙ୍କୁ ରାଉତ, ଆକାଶ ପାତ୍ର ଓ ମଦନ ମୋହନ ରଥ ଭାଗ ନେଇଥିଲେ ।