ହେସନ ପାକ୍ ଓଡିଆଇ, ଟି-ଟ୍ୱେଣ୍ଟିର କୋଚ ନିଯୁକ୍ତ

ନୂଆଦିଲ୍ଲୀ : ଇଂଲଣ୍ଡର କ୍ରିକେଟ ଖେଳାଳି ତଥା ନୁ୍ୟଜିଲାଣ୍ଡ ଦଳର ପୂର୍ବରୁ କୋଚ୍ ରହିସାରିଥିବା ମାଇକ୍ ହେସନ୍ଙ୍କୁ ପାକିସ୍ତାନ୍ କ୍ରିକେଟ୍ ବୋର୍ଡ (ପିସିବି) ଦିନିକିଆ ଏବଂ ଟି୨୦ ପାଇଁ ନୂତନ କୋଚ୍ ଘୋଷଣା କରିଛି । ବର୍ତ୍ତମାନ ହେସନ୍ ପାକିସ୍ତାନ ସୁପର ଲିଗ୍ର ପ୍ରଶିକ୍ଷକ ଭାବେ କାମ କରୁଥିବା ଜଣାପଡ଼ିଛି । ତେବେ ହେସନ୍ଙ୍କ ବିଷୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ସେ ଦୀର୍ଘ ସମୟ ଧରି ବିରାଟ କୋହଲୀଙ୍କ ସହ କାମ କରିଥିବା ଜଣାପଡ଼ିଛି । ପୂର୍ବରୁ ସେ ଆଇପିଏଲ୍ରେ ବେଙ୍ଗାଲୁରୁ ଟିମ୍ର କୋଚ୍ ଭାବେ ସେ ନିଯୁକ୍ତ ପାଇଥିବା ବେଳେ ସେ ସମୟରେ କୋହଲୀଙ୍କ ସହ କାମ କରିଛନ୍ତି ଏବଂ ତାଙ୍କ ସହ ଅଧିକ ଘନିଷ୍ଠ ଥିଲେ । ପିସିବି କହିଛି ଯେ ହେସନ ମେ ୨୬ରେ ପିଏସଏଲ ଶେଷ ହେବା ପରେ ଦଳରେ ଯୋଗଦେବେ । ସେ ବର୍ତ୍ତମାନ ଇସଲାମାବାଦ ୟୁନାଇଟେଡର ପ୍ରଶିକ୍ଷକ ଅଛନ୍ତି । ହେସନଙ୍କର ପ୍ରଶିକ୍ଷକ ଭାବରେ ବହୁତ ଅଭିଜ୍ଞତା ଅଛି । ପିସିବି ଅଧ୍ୟକ୍ଷ ମୋହସିନ ନକଭି କହିଛନ୍ତି ଯେ ହେସନଙ୍କ ଅଭିଜ୍ଞତା ଏବଂ ନେତୃତ୍ୱ ଆମକୁ ପାକିସ୍ତାନ କ୍ରିକେଟର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବ ।