୨୦ ବର୍ଷର ସମସ୍ୟା ସମାଧନ କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ସମାନ ନମ୍ୱର ଥିବା ଭୋଟର ଆଇଡି ପ୍ରସଙ୍ଗର ସମାଧାନ ବାହାର କରିଛନ୍ତି । ଏପରି କାର୍ଡ ଧାରକଙ୍କୁ ନୂଆ ନମ୍ୱର ବିଶିଷ୍ଟ ଭୋଟର ଆଇଡି ଜାରି କରାଯାଇଛି । ରିପୋର୍ଟ ଅନୁସାରେ ୨୦ ବର୍ଷ ପୁରୁଣା ଏହି ସମସ୍ୟାର ସମାଧାନ ବାହାର କରାଯାଇଛି । ସମାନ ଭୋଟର ଆଇଡି ବା ଇପିଆଇସି ସଂଖ୍ୟା ମାମଲା ଅତ୍ୟନ୍ତ କମ, ଯାହା ଚାରୋଟି ମତଦାନ କେନ୍ଦ୍ରରେ ହାରାହାରି ଗୋଟିଏ । ଟିଏମସି ସମେତ ଅନେକ ବିରୋଧୀ ଦଳଙ୍କ ଦ୍ୱାରା ଭୋଟର ତାଲିକାରେ ହେରଫେର ଅଭିଯୋଗ ଆଣୁଛନ୍ତି । ନିର୍ବାଚନ ଆୟୋଗ ମାର୍ଚ୍ଚରେ କହିଥିଲେ ଯେ ଆଗାମୀ ତିନି ମାସ ଭିତରେ ଦଶନ୍ଧି ପୁରୁଣା ମାମଲାର ସମାଧାନ କରାଯିବ । ଦୀର୍ଘ ଦଶନ୍ଧି ଯାଏ ଚାଲିଥିବା ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏହାସହ ସାରା ଦେଶର ସମସ୍ତ ୪୧୨୩ ବିଧାନସଭା କ୍ଷେତ୍ରର ସମସ୍ତ ୧୦.୫୦ ଲକ୍ଷ ମତଦାନ କେନ୍ଦ୍ରର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କଠାରୁ ୯୯ କୋଟିରୁ ଅଧିକ ମତଦାତାଙ୍କ ସମ୍ପୂର୍ଣ୍ଣ ନିର୍ବାଚନୀ ଡାଟାବେସ୍ ଯାଞ୍ଚ କରାଯାଇଥିଲା । ହାରାହାରି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପ୍ରାୟ ୧ ହଜାର ମତଦାତା ଅଛନ୍ତି ।