୨୭ ୱାର୍ଲ୍ଡକପ୍ ଖେଳିବେନି ରୋହିତ-ବିରାଟ!
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ଫର୍ମାଟ୍ରୁ ଅବସର ନେଇ ସାରିଛନ୍ତି ହିଟ୍ମ୍ୟାନ୍ ଏବଂ କିଙ୍ଗ କୋହଲୀ । ଆସନ୍ତା ଦିନରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳ ହେବାକୁ ଥିବା ବେଳେ ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି । ଠିକ୍ ଏହି ସମୟରେ ଦୁଇ ଜଣ ବରିଷ୍ଠ କ୍ରିକେଟ ଖେଳାଳିଙ୍କ ଟେଷ୍ଟ କ୍ରିକେଟ୍ରୁ ଅବସର କ୍ରିକେଟ ପ୍ରେମୀଙ୍କୁ ଦୁଃଖିତ କରିଛି । ଏହାରି ମଧ୍ୟରେ ଆସନ୍ତା ୨୦୨୭ରେ ଓଡିଆଇ ୱାର୍ଲ୍ଡକପ୍ରେ ରୋହିତ ଓ ବିରାଟଙ୍କ ସାମିଲକୁ ନେଇ ବଡ଼ ବୟାନ ଦେଇଛନ୍ତି ଭେଟେରାନ କ୍ରିକେଟର ସୁନୀଲ ଗାଭାଷ୍କର । ତାଙ୍କ ମତରେ ସେମାନଙ୍କର ଓଡିଆଇ ଭବିଷ୍ୟତ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ରହିବ ନାହିଁ । କାରଣ ଉଭୟ ତାଙ୍କର ଅବସରର ସମୟ ପୂର୍ବରୁ ସ୍ଥିର କରିସାରିଥିଲେ ।
ଗାଭାସ୍କର କହିଛନ୍ତି, "ମୁଁ ଭାବୁଛି ବିରାଟ-ରୋହିତ ଶର୍ମା ୨୦୨୭ ଓଡିଆଇ ବିଶ୍ୱକପରେ ଦଳର ଅଂଶ ହେବେ ନାହିଁ । ଯଦିଓ ସେ ଏହି ଫର୍ମାଟରେ ସବୁଠାରୁ ବଡ଼ ନାମ; କିନ୍ତୁ ତାଙ୍କ ବୟସ ତାଙ୍କୁ ଏପରି କରିବାରୁ ବାଧା ଦେବ ବୋଲି ସେ କହିଛନ୍ତି । କାରଣ ୨୦୨୭ରେ, ରୋହିତ ଶର୍ମା ୪୦ ବର୍ଷ ବୟସରେ ପଦାର୍ପଣ କରିବେ ଏବଂ କୋହଲି ୩୮ରେ ପହଞ୍ଚôବେ । ଏପରି ପରିସ୍ଥିତିରେ ତାଙ୍କ ପାଇଁ ଓଡିଆଇ କ୍ରିକେଟରେ ଖେଳିବା କଷ୍ଟକର ମନେ ହେଉଛି ।’ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା ସ୍ପଷ୍ଟ କରିଛନ୍ତି ।